ଏସଆଇ ପରୀକ୍ଷା ଅନିୟମିତତା ମାମଲା: ଶଙ୍କର ପୃଷ୍ଟିଙ୍କ ସମେତ ୫ ଜଣଙ୍କ ଆଗୁଆ ଜାମିନ ଆବେଦନ

Advertisment
New Project (5)

କଟକ: ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆରବି)ର ଏସଆଇ ପରୀକ୍ଷା କେଳେଙ୍କାରୀରେ ଶଙ୍କର ପୃଷ୍ଟି, ଖାସ୍ ସହଯୋଗୀ ମୁନା ମହାନ୍ତିଙ୍କ ସମେତ ପାଞ୍ଚ ଜଣ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଛନ୍ତି। ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଶଙ୍କର ପୃଷ୍ଟି, ମୁନା ମହାନ୍ତି, ଦୀପ୍ତିମୟୀ ସାହୁ, ଶ୍ରୀକାନ୍ତ ମହାରଣା, ସୁକାନ୍ତ ମହାରଣା ଓରଫ ରିଙ୍କୁ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। 

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତିଙ୍କ ବିରୋଧ‌ରେ ଲୁକ୍ ଆଉଟ ସର୍କୁଲାର ଜାରି କରାଯାଇଥିଲା। ଫଳରେ ସେମାନେ ଦେଶ ଛାଡ଼ି ବିଦେଶକୁ ଆଉ ଖସି ଯାଇପାରିବେ ନାହିଁ। ସେପ୍ଟେମ୍ବର ୩୦ରେ ତିନୋଟି ବସରେ ଯାଉଥିବା ୧୧୪ ପ୍ରାର୍ଥୀଙ୍କୁ ମୁନା ହିଁ ଯୋଗାଡ଼ କରିନେଇଥିବା ଅଭିଯୋଗ ରହିଛି। ପ୍ରାର୍ଥୀ ଯୋଗାଡ଼ ପଛରେ ମୁନା ମୁଖ୍ୟ କାର୍ପଟଦାର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe