ମାଲକାନଗିରି : ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣରେ କୋବ୍ରା ବାଟାଲିୟନ ଏସଆଇ ସହିଦ, ଜଣେ ଗୁରୁତର

Advertisment
ମାଲକାନଗିରି : ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ସ ବିସ୍ଫୋରଣରେ କୋବ୍ରା ବାଟାଲିୟନ ଏସଆଇ ସହିଦ, ଜଣେ ଗୁରୁତର

ମାଲକାନଗିରି:  ଆଜି ସକାଳେ ଛତିଶଗଡ଼ର  ସୁକମା ଜିଲ୍ଲା ପୋଲାମପାଲି  ଥାନା ଅଞ୍ଚଳରେ ଏକ ପୋଲ ତଳେ ମାଓବାଦୀମାନେ ଖଞ୍ଜିଥିବା  ଏକ  ଲ୍ୟାଣ୍ଡ ମାଇନ୍ସ ବିସ୍ପୋରଣ ଘଟିବାରୁ କୋବ୍ରା ବାଟାଲିୟନର  ଜଣେ ସବ୍‌ ଇନ୍ସପେକ୍ଟରଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି। ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ପୋଲାମପାଲ୍ଲୀ ଥାନା ଅନ୍ତର୍ଗତ ତାମିଲଓ୍ଵାଡ଼ାରେ ଥିବା କୋବ୍ରା ବାଟାଲିୟରର କ୍ୟ୍ୟମ୍ପ ଦୋର୍ଣ୍ଣାପାଲକୁ  ସ୍ଥାନାନ୍ତର  ହେଉଥିବା ବେଳେ କେବ୍ରା ବାଟାଲିୟ୍ରନ ସବ୍‌ ଇନ୍‌ଓପେକ୍ଟର  ରାଜେଶ କୁମାର ବିନ୍ଦ ଓ ମାନିକ ନାମକ ଅନ୍ୟ ଜଣେ କନଷ୍ଟେବଳ ସକାଳ ୭ଟା ୪୫ ମିନିଟ ସମୟରେ ବାଇକ ଯୋଗେ ଦୋର୍ଣ୍ଣାପାଲକୁ ଯାଉଥି। ଏହି ସମୟରେ   ପୁସଓ୍ଵାରଲଙ୍କଡ଼ ଏଙ୍କା ଗାଁ ନିକଟରେ   ଥିବା ଏକ ବ୍ରିଜ୍‌ ତଳେ ମାଓବାଦୀମାନେ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ୍ସ ବିସ୍ଫୋରଣ ଘଟିଥିଲା।ଏଥିରେ ଗୁରୂୁତର ଭାବେ ଆହତ ହୋଇଥିବା ରାଜେଶ ଓ ମାନିକଙ୍କୁ ଉଦ୍‌ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ରାଜେଶ କୁୁମାର ବିନ୍ଦଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe