ସିଦ୍ଧ ମହାବୀର ରେଳ ଓଭର୍‌ବ୍ରିଜ୍‌ ଜମି ବିବାଦ: ଠାକୁରେ ପାଇବେ ୬.୭୭ କୋଟି

Advertisment
ସିଦ୍ଧ ମହାବୀର ରେଳ ଓଭର୍‌ବ୍ରିଜ୍‌ ଜମି ବିବାଦ: ଠାକୁରେ ପାଇବେ ୬.୭୭ କୋଟି

ପୁରୀ : ସିଦ୍ଧ ମହାବୀର ରେଳ ଓଭର୍‌ବ୍ରିଜ୍‌ ଜମି ଅଧିଗ୍ରହଣ ବିବାଦରେ ଶେଷରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅଧିକୃତ ଜମିରେ ଥିବା ମହାପ୍ରଭୁଙ୍କ ଅମୃତ ମଣୋହି ଜମିର କ୍ଷତିପୂରଣ ଶେଷରେ ଶ୍ରୀମନ୍ଦିର ପ୍ରଶାସନକୁ ଦେବାକୁ ଭୂଅର୍ଜନ କର୍ତ୍ତୃପକ୍ଷ( କାଲା) ସହମତି ପ୍ରକାଶ କରିଛନ୍ତି। ଅଧିକୃତ ହେବାକୁ ଥିବା ମୋଟ୍‌ ୫୮୬ ଡିସିମ‌ାଲ ଜମି ବାବଦକୁ ୬ କୋଟି ୭୭ ଲକ୍ଷ ୨୨ହଜାର ୬୬୦ ଟଙ୍କା ଦେବାକୁ ଜିଲ୍ଲାପାଳଙ୍କୁ ସିଦ୍ଧ ମହାବୀର ରେଳ ଓଭର୍‌ବ୍ରିଜ୍‌ ସେଲ ଗତକାଲି ଚିଠି(ନଂ-୪୧୪/୨୫.୭.୨୨) କରି ଜଣାଇଛି।

ଶ୍ରୀମନ୍ଦିର ପ୍ରଶାସନକୁ ହୋଇଥିବା ଚିଠିରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି ଯେ ରେଳ ଓଭର୍‌ବ୍ରିଜ୍‌ କ୍ଷତିପୂରଣ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ଚିଠି ଆଧାରରେ ରେଳ ଓଭର୍‌ବ୍ରିଜ୍‌ ପାଇଁ ଅଧିକୃତ ହେବାକୁ କେବଳ ଜମିର କ୍ଷତିପୂରଣ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯିବ। କିନ୍ତୁ ଏହି ଜାଗା ଦଖଲରେ ରହି ଯେଉଁମାନେ ଘର ନିର୍ମାଣ କରିଥିଲେ, ସେମାନଙ୍କୁ ଏହି ଘର ବାବଦ କ୍ଷତିପୂରଣ ପ୍ରଦାନ କରାଯିବ। ୨୦୧୫ ଓ ୨୦୧୯ ମସିହାରେ ଜମି ଅଧିଗ୍ରହଣ ଆଧାରରେ ଏହି ଅଧିଗ୍ରହଣ ଓ କ୍ଷତିପୂରଣ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe