ୱେବ୍‌ ପୋର୍ଟାଲ ‘ଓଡ଼ିଆ ଫଳକ’ ଲୋକାର୍ପିତ, ନିୟମ ଉଲଂଘନ କଲେ ୨୫ ହଜାର ଟଙ୍କା ଯାଏଁ ଜରିମାନା

ୱେବ୍‌ ପୋର୍ଟାଲ ‘ଓଡ଼ିଆ ଫଳକ’ ଲୋକାର୍ପିତ, ନିୟମ ଉଲଂଘନ କଲେ ୨୫ ହଜାର ଟଙ୍କା ଯାଏଁ ଜରିମାନା

ଭୁବନେଶ୍ୱର: ଓଡ଼ିଶା ସରକାର ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବାକୁ ଗୁରୁତ୍ୱ ଦେଉଛନ୍ତି। ଏ ନେଇ ମଙ୍ଗଳବାର ଇଏସ୍‌ଆଇ କାର୍ଯ୍ୟାଳୟଠାରେ ଶ୍ରମବିଭାଗର ୱେବ୍‌ ପୋର୍ଟାଲ ‘ଓଡ଼ିଆ ଫଳକ’ ଲୋକାର୍ପିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏହାକୁ ଉନ୍ମୋଚନ କରିଛନ୍ତି।

ଶ୍ରମ ବିଭାଗ ପକ୍ଷରୁ ଇ-ପୋର୍ଟାଲ ଉନ୍ମୋଚନ ହେବା ପରେ ଆଗାମୀ ଦିନରେ ଓଡ଼ିଆରେ ନାମ ଫଳକ ଲେଖାଯିବାକୁ  କଡ଼ାକଡ଼ି ଭାବେ ଲାଗୁ କରାଯିବ। ରାଜ୍ୟର ପ୍ରତି ଦେକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସମ୍ମୁଖରେ ବାଧ୍ୟତାମୂଳକ ଭାବେ ଓଡ଼ିଆ ନାମ ଫଳକ ଲେଖାଯିବ। ଓଡ଼ିଆରେ ନାମ ଫଳକ ନ ଲେଖିଲେ ପ୍ରଥମ ଥର ୧ରୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେହିପରି ଦ୍ୱିତୀୟ ଥର ନିୟମ ନ ମାନିଲେ ୨ ହଜାରରୁ ସର୍ବାଧିକ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।

ୱେବ୍‌ ପୋର୍ଟାଲ ମାଧ୍ୟମରେ ଅଭିଯୋଗ ମଧ୍ୟ କରିହେବ। ସାଧାରଣ ଜନତା ମଧ୍ୟ ଏହି ୱେବ୍‌ ପୋର୍ଟାଲ ମାଧ୍ୟମରେ ଅଭିଯୋଗ କରିପାରିବେ। ଅଭିଯୋଗ ମିଳିବା ପରେ ଉଲଂଘନକାରୀଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe