କଟିଗଲା ସିଗ୍‌ନାଲ୍‌ କେବୁଲ ରାଉଲକେଲା-ଝାରସୁଗଡ଼ା ମଧ୍ୟରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ଚକ୍ରଧରପୁର ରେଳ ଡିଭିଜନର ଝାରସୁଗୁଡ଼ା ରେଳ ଜଙ୍କସନରେ ସିଗ୍‌ନାଲ୍‌ କେବୁଲ କଟିଯିବା ଯୋଗୁ ପ୍ରାୟ ୭ ଘଣ୍ଟା ଧରି ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳମାର୍ଗରେ ଟ୍ରେନ୍‌ ଚଳାଚଳରେ ବହୁତ ସମସ୍ୟା ଦେଖାଦେଇଛି...

Signal cable cut, train movement disrupted between Raulkela-Jharsugada

Signal cable cut, train movement disrupted between Raulkela-Jharsugada Photograph: (sambad.in)

ବନ୍ଧମୁଣ୍ଡା: ଚକ୍ରଧରପୁର ରେଳ ଡିଭିଜନର ଝାରସୁଗୁଡ଼ା ରେଳ ଜଙ୍କସନରେ ସିଗ୍‌ନାଲ୍‌ କେବୁଲ କଟିଯିବା ଯୋଗୁ ପ୍ରାୟ ୭ ଘଣ୍ଟା ଧରି ହାଓଡ଼ା-ମୁମ୍ବାଇ ମୁଖ୍ୟ ରେଳମାର୍ଗରେ ଟ୍ରେନ୍‌ ଚଳାଚଳରେ ବହୁତ ସମସ୍ୟା ଦେଖାଦେଇଛି। ମଙ୍ଗଳବାର ଭୋର୍‌ ପ୍ରାୟ ସାଢ଼େ ୩ଟା ସମୟରେ ଝାରସୁଗୁଡା ମୁଖ୍ୟ ରେଳବାଇ ୟାର୍ଡର କିଲୋମିଟର୍ ସଂଖ୍ୟା ୫୧୩/୨୩ ଓ ୨୫ଠାରେ ଥିବା ୬୧ ଏବଂ ୬୨ ପଏଣ୍ଟରେ କିଛି ଅସାମାଜିକ ଲୋକ ଏକକାଳୀନ ୬ଟି ସିଗ୍‌ନାଲ୍‌ କେବୁଲ କାଟି ଦେଇଥିଲେ। ଏହା ଯୋଗୁ ରେଳୟାର୍ଡର ୧ ନମ୍ବରରୁ ୭ ନମ୍ବର ଲାଇନ କିଛି ସମୟ ପାଇଁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଥିଲା।

ହଠାତ୍ ସମ୍ପୂର୍ଣ୍ଣ ସିଗ୍‌ନାଲ ବ୍ୟବସ୍ଥା ବନ୍ଦ ହୋଇଯିବାରୁ ଝାରସୁଗୁଡ଼ା ରେଳଷ୍ଟେସନରେ ଉପସ୍ଥିତ ରେଳ କର୍ମଚାରୀ ଯାଞ୍ଚ ଆରମ୍ଭ କରିଥିଲେ। ସିଗ୍‌ନାଲ କେବୁଲ କଟିଯିବା ଯୋଗୁ ଝାରସୁଗୁଡ଼ା ଓ ରାଉରକେଲା ରେଳଷ୍ଟେସନ ମଧ୍ୟରେ ଅପ୍ ଏବଂ ଡାଉନ୍ ଲାଇନରେ ପ୍ରାୟ ୬ଟି ଟ୍ରେନ୍ ବିଭିନ୍ନ ଷ୍ଟେସନରେ ରହିରହି ଯାତ୍ରା କରିଥିଲେ।

ଏହା ଦ୍ବାରା ଟ୍ରେନ ନମ୍ବର ୧୭୩୨୨ ଭାସ୍କୋଡାଗାମା ସାପ୍ତାହିକ ଏକ୍ସପ୍ରେସ୍, ୧୮୦୩୦ ମୁମ୍ବାଇ ଏଲ୍‌ଟିଟି ଏକ୍ସପ୍ରେସ୍, ୧୮୧୧୩ ବିଳାସପୁର ଏକ୍ସପ୍ରେସ୍, ୧୨୧୦୨ ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍, ୦୩୨୫୩ ଚାରଲାପାଲି ସ୍ପେସାଲ୍ ଫେୟାର ଏକ୍ସପ୍ରେସ୍, ୦୨୮୩୨ ଧାନବାଦ ସ୍ପେଶାଲ୍ ଫେୟାର ଟ୍ରେନ୍ ପ୍ରଭାବିତ ହୋଇଛି।

ଅଧିକ ପଢ଼ନ୍ତୁ: ଟଙ୍କା ମାଗିବାକୁ କେନ୍ଦ୍ରକରି ହଣାକଟା: ୪ ମହିଳାଙ୍କ ସମେତ ୧୧ ଗୁରୁତର

ସୂଚନା ପାଇବା ପରେ ରେଳବାଇ ସିଗ୍‌ନାଲ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ଦିନ ପ୍ରାୟ ୧୦.୨୦ରେ ମରାମତି କାର୍ଯ୍ୟ ଶେଷ ହୋଇଥିଲା। ଏହି ସମ୍ପୂର୍ଣ୍ଣ ଘଟଣା ଯୋଗୁ ଝାରସୁଗୁଡ଼ା ଆର୍‌ପିଏଫ୍‌ର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠିଛି। ଝାରସୁଗୁଡ଼ା ରେଳ ଜଙ୍କସନରୁ ମାତ୍ର ଅଳ୍ପଦୂରରେ ଏପରି ଘଟଣା ଘଟିଥିଲେ ବି ଆର୍‌ପିଏଫ୍‌ ଏ ସମ୍ପର୍କରେ ଜାଣିପାରି ନଥିଲା।

ଅଧିକ ପଢ଼ନ୍ତୁ: ‘ଓଡ଼ିଶା ଭାଷା, ସଂସ୍କତି, ପରମ୍ପରାକୁ ବଢାଇବାକୁ ଆଗେଇ ଆସନ୍ତୁ’

sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe