ଶରୀର ଦାନ ପାଇଁ ସ୍ବାକ୍ଷର କଲେ ଇଚ୍ଛାପତ୍ର

Advertisment

ଉଦାହରଣ ପାଲଟିଲେ ବିଧାୟକ ସ୍ବରୂପ ଓ ସୁଧାଂଶୁ

ଉଦାହରଣ ପାଲଟିଲେ ବିଧାୟକ ସ୍ବରୂପ ଓ ସୁଧାଂଶୁ

ଶରୀର ଦାନ ପାଇଁ ସ୍ବାକ୍ଷର କଲେ ଇଚ୍ଛାପତ୍ର

ବାଲେଶ୍ବର: ବାଲେଶ୍ବର ସଦର ବିଧାୟକ ସ୍ୱରୂପ କୁମାର ଦାସ ଓ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା ନିଜ ଶରୀର ଦାନ ପାଇଁ ଇଚ୍ଛାପତ୍ର ସ୍ବାକ୍ଷର କରି ଉଦାହରଣ ସୃଷ୍ଟି କରିଛନ୍ତି। ଗତ ୧୬ ତାରିଖରେ ଭୁବନେଶ୍ୱରସ୍ଥିତ ଓଡ଼ିଶା ମୋ ପରିବାର କାର୍ଯ୍ୟାଳୟରେ ଆବାହକ ଅରୂପ ପଟ୍ଟନାୟକଙ୍କ ଉପସ୍ଥିତିରେ ଦୁଇ ବିଧାୟକ ନିଜ ନିଜର ଶରୀର ଦାନ କରିବା ନେଇ ନିଷ୍ପତ୍ତି ନେବା ସହ ଓଡ଼ିଶା ମୋ ପରିବାର କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସମସ୍ତ ଦସ୍ତାବିଜରେ ସ୍ବାକ୍ଷର କରିଛନ୍ତି। ଯାହାକୁ ସାଧାରଣରେ ପ୍ରଶଂସା କରାଯାଇଛି।

ତେବେ ଏନେଇ ବିଧାୟକ ଶ୍ରୀ ଦାସ କହିଛନ୍ତି, ଭଗବାନ ସୃଷ୍ଟିକୁ ଆମେ ଉଚିତ କାର୍ଯ୍ୟରେ ଲଗାଇବା ଉଚିତ। ତେଣୁ ସ୍ବଇଚ୍ଛାରେ ଶରୀର ଦାନ କରିବାକୁ ପଞ୍ଜୀକରଣ କରିଛି। ମୃତ୍ୟୁ ପରେ ଯଦି ମୋ ଶରୀର କାହାର କାମରେ ଆସିପାରିଲା, ଏହା  ମୋ ପାଇଁ ସୌଭାଗ୍ୟର କଥା। ସେହିପରି ରେମୁଣା ବିଧାୟକ ଶ୍ରୀ ପରିଡ଼ା କହିଛନ୍ତି, ମୃତ୍ୟୁ ପରେ ବି ମୋ ଶରୀର କାହାର କାମରେ ଆସୁ-ମୁଁ ଚାହିଁଥିଲି। ତେଣୁ ଏପରି ନିଷ୍ପତ୍ତି ନେଇଛି। ଖାଲି ମୁଁ ନୁହେଁ, ସମସ୍ତେ ଏଥିପ୍ରତି ସଚେତନ ହେବା ଉଚିତ ଏବଂ ନିଜର ଶରୀରକୁ ସମାଜର କଲ୍ୟାଣ ପାଇଁ ଦାନ କରିବ‌ାକୁ ଆଗେଇ ଆସିବା ଆବଶ୍ୟକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe