ଧମକ ଦେଲା ଶିକ୍ଷା ସହାୟକ ସଂଘ

ଧମକ ଦେଲା ଶିକ୍ଷା ସହାୟକ ସଂଘ

ଭୁବନେଶ୍ୱର : ଗୋଟିଏ ଆନ୍ଦୋଳନକୁ ସାମୟିକ ଟାଳି ଦେଇ ସରକାର ଆଶ୍ୱସ୍ତ ହେବାର କିଛି ଘଣ୍ଟା ପରେ ଆଉ ଗୋଟିଏ ସଂଘ ଚେତାବନୀ ଦେଇଛି। ଓଡ଼ିଶା ଶିକ୍ଷା ସହାୟକ ସଂଘ ପକ୍ଷରୁ ଆନ୍ଦୋଳନର ଡାକରା ଦିଆଯାଇଛି। ଆଜି ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ସରକାର ଦାବି ପୂରଣ କରିବାରେ ଟାଳଟୁଳ ନୀତି ଗ୍ରହଣ କରୁଥିବାରୁ ଭୀଷଣ ଅସନ୍ତୋଷ ପ୍ରକାଶ କରାଯାଇଛି। ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଉଚ୍ଚ କ୍ଷମତାସମ୍ପନ୍ନ କମିଟିର ବୈଠକରେ ଶିକ୍ଷା ସହାୟକ ସଂଘର ଦାବିଗୁଡ଼ିକୁ ବିଚାରକୁ ନ ନେଲେ ତୁରନ୍ତ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ହୋଇଛି।

ସଂଘର ସଭାପତି ମଳୟ କୁମାର ଜେନାଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଦାବିଗୁଡ଼ିକ ମଧ୍ୟରେ ଅଛି, ଶିକ୍ଷା ସହାୟକଙ୍କ ଦରମା ବୃଦ୍ଧି, ମୃତ୍ୟୁକାଳୀନ ସହାୟତା, ୨୦୧୧ ମସିହାରେ ନିଯୁକ୍ତ ଶିକ୍ଷା ସହାୟକମାନଙ୍କୁ ତୁରନ୍ତ ନିୟମିତ ଶିକ୍ଷକ ଘୋଷଣା ଏବଂ ନିୟମିତ ଶିକ୍ଷକମାନଙ୍କ ଗ୍ରେଡ୍‌ ପେ’ ୨୨୦୦ରୁ ୨୮୦୦ ଟଙ୍କାକୁ ବୃଦ୍ଧି ଇତ୍ୟାଦି। କର୍ମକର୍ତ୍ତମାନେ ଅଭିଯୋଗ କରିଥିଲେ, ଦାବି ପୂରଣ ନେଇ ସରକାର ବିଳମ୍ବ କରୁଛନ୍ତି। ୧୯ ତାରିଖରେ ଏ ନେଇ ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନ କରାଯିବ ବୋଲି ସମ୍ପାଦକ ଶ୍ରୀକାନ୍ତ କୁମାର ନାୟକ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe