ଭୁବନେଶ୍ୱର : ୨୦୦୩-୦୪ରେ ନିଯୁକ୍ତି ପାଇଥିବା ଶିକ୍ଷା ସହାୟକଙ୍କ ଚାକିରିକୁ ନିୟମିତ କରିବା ଦାବିରେ ୨୦୦୩-୦୪ ଶିକ୍ଷା ସହାୟକ ସଂଘ ପକ୍ଷରୁ ଲୋୟର ପିଏମ୍ଜିରେ ଚାଲିଥିବା ଧାରଣା ଆଜି ୪ର୍ଥ ଦିନରେ ପହଞ୍ଚିଛି। ଦାବି ପୂରଣ ଦିଗରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଶିକ୍ଷକମାନେ ଆଜି ଅଭିନବ ପ୍ରତିବାଦ କରିଛନ୍ତି। ଅପରାହ୍ନରେ ସାଧାରଣ ଲୋକଙ୍କ ଜୋତା ପଲିସ୍ କରିଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ ୫୦୯ ଜଣ ଶିକ୍ଷକ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଯାଏ ସେମାନଙ୍କୁ ନିୟମିତ କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ବରଂ ଶିକ୍ଷା ସହାୟକଙ୍କୁ ଛଟେଇ କରାଯାଇଛି। ଯଦି ଦାବି ପୂରଣ ଦିଗରେ ତୁରନ୍ତ ପଦକ୍ଷେପ ନିଆ ନ ଯାଏ ତେବେ ଆଗାମୀ ଦିନରେ ଶିକ୍ଷକମାନେ ନବୀନ ନିବାସ ସମ୍ମୁଖରେ ସମୂହ ଆତ୍ମାହୁତି ଦେବେ ବୋଲି ସଂଘ ସଭାପତି ସୂର୍ଯ୍ୟ ନାରାୟଣ ନାୟକ, ସାଧାରଣ ସମ୍ପାଦକ ପି.ଡି. ରାଓ କହିଛନ୍ତି।
ଜୋତାପଲିସ୍ କଲେ ଶିକ୍ଷା ସହାୟକ
Advertisment
Follow Us