ଶୁଖିଗଲା ସିଲିଟିଗୁଡ଼ା ଡ୍ୟାମ୍‌: ରବି ଫସଲ ପାଇଁ ଚିନ୍ତାରେ ଚାଷୀ

Advertisment

ଶୀତ ଦିନରେ ଶୁଖିଗଲା ରାୟଗଡ଼ା ବ୍ଲକ୍‌ର ପ୍ରମୁଖ ଡ୍ୟାମ୍‌ ସିଲିଟିଗୁଡ଼ା। ପାଣି ନଥିବାରୁ ଚଳିତବର୍ଷ ରବି ଫସଲ କରିବା ଏକପ୍ରକାର ଅସମ୍ଭବ ହୋଇଯାଇଛି। ଡ୍ୟାମ୍‌ର ଡେଡ୍ ଷ୍ଟୋରେଜ୍‌ ଲେବଲ (ଡିଏସ୍‌ଏଲ୍‌)ଠାରୁ ଜଳସ୍ତର ୦.୬ ମିଟର (ପାଖାପାଖି ୨ଫୁଟ) କମ୍‌ ରହିଛି।

ଶୀତ ଦିନରେ ଶୁଖିଗଲା ରାୟଗଡ଼ା ବ୍ଲକ୍‌ର ପ୍ରମୁଖ ଡ୍ୟାମ୍‌ ସିଲିଟିଗୁଡ଼ା। ପାଣି ନଥିବାରୁ ଚଳିତବର୍ଷ ରବି ଫସଲ କରିବା ଏକପ୍ରକାର ଅସମ୍ଭବ ହୋଇଯାଇଛି। ଡ୍ୟାମ୍‌ର ଡେଡ୍ ଷ୍ଟୋରେଜ୍‌ ଲେବଲ (ଡିଏସ୍‌ଏଲ୍‌)ଠାରୁ ଜଳସ୍ତର ୦.୬ ମିଟର (ପାଖାପାଖି ୨ଫୁଟ) କମ୍‌ ରହିଛି।

dadaad

ରାୟଗଡ଼ା: ଶୀତ ଦିନରେ ଶୁଖିଗଲା ରାୟଗଡ଼ା ବ୍ଲକ୍‌ର ପ୍ରମୁଖ ଡ୍ୟାମ୍‌ ସିଲିଟିଗୁଡ଼ା। ପାଣି ନଥିବାରୁ ଚଳିତବର୍ଷ ରବି ଫସଲ କରିବା ଏକପ୍ରକାର ଅସମ୍ଭବ ହୋଇଯାଇଛି। ଡ୍ୟାମ୍‌ର ଡେଡ୍ ଷ୍ଟୋରେଜ୍‌ ଲେବଲ (ଡିଏସ୍‌ଏଲ୍‌)ଠାରୁ ଜଳସ୍ତର ୦.୬ ମିଟର (ପାଖାପାଖି ୨ଫୁଟ) କମ୍‌ ରହିଛି। ଗତବର୍ଷ ମୌସୁମୀ ଧୋକା ଦେଲା। ବର୍ଷା ଋତୁରେ ସ୍ବାଭାବିକ ଠାରୁ କମ୍‌ ବର୍ଷା ଯୋଗୁ ଚାଷ ବିଳମ୍ବିତ ହୋଇଥିଲା। ନଦୀନାଳ ବି ଭର୍ତ୍ତି ହୋଇପାରିଲା ନାହିଁ। ପାଣିପାଗରେ ହୋଇଥିବା ଅନିୟମିତତା ଯୋଗୁ ସିଲିଟିଗୁଡ଼ା ଡ୍ୟାମ୍‌ ଶୁଖିବାର ମୂଳ କାରଣ ବୋଲି କୁହାଯାଉଛି। ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ଅନ୍ତର୍ଗତ କ୍ଷୁଦ୍ର ଜଳସେଚନ ବିଭାଜନ ଅଧୀନରେ ଏହି ଡ୍ୟାମ୍‌ ରହିଛି। ପ୍ରକଳ୍ପ ଜରିଆରେ ଜଳସେଚନ ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ଆବଶ୍ୟକଠାରୁ କମ୍‌ ପାଣି ରହିଥିବାରୁ ରବି ଫସଲ ପାଇଁ ଚାଷୀଙ୍କୁ ପାଣି ମିଳିବ ନାହିଁ। ତେବେ ଏହି ସମସ୍ୟା ଏବେକାର ନୁହେଁ। ପ୍ରତିବର୍ଷ ସ୍ବଳ୍ପ ବର୍ଷା ଯୋଗୁଁ ଡ୍ୟାମରେ ପାଣି ରହୁନଥିବାରୁ ଚାଷରେ ସମସ୍ୟା ହେଉଛି। 

୪୩ ବର୍ଗକିମି କ୍ୟାଚମେଣ୍ଟ ଏରିଆରୁ ଏହି ଡ୍ୟାମ୍‌କୁ ପାଣି ଆସୁଛି। ଜନବସତି ବୃଦ୍ଧି, ଜଙ୍ଗଲ କ୍ଷୟ ଏବଂ କ୍ୟାଚ୍‌ମେଣ୍ଟ ଏରିଆରେ ନିର୍ମାଣ କାମ ଯୋଗୁ ବର୍ଷାଦିନେ ସୁଦ୍ଧା ପାଣି ଠିକ୍‌ଭାବେ ଡ୍ୟାମ୍‌ରେ ଜମା ହୋଇପାରୁନି। ଡ୍ୟାମ୍‌ର ୧.୦୮୨୪ ବର୍ଗକିମି ଅଞ୍ଚଳରେ ୮.୬୨୬୫ ଏମ୍‌ସିଏମ୍‌ ପାଣି ରହିବା କଥା। ଯାହା ୧୨୧୫ହେକ୍ଟର ଜମିକୁ ପାଣି ଯୋଗାଇବା ପାଇଁ ଯଥେଷ୍ଟ। ଜଳସ୍ତର ଦେଖି ଡ୍ୟାମର ମୁଖ୍ୟ କେନାଲ ଓ ଅନ୍ୟାନ୍ୟ ଶାଖା କେନାଲ ଯୋଗେ ଖଲିଗୁଡ଼ା, ବୀରନାରାୟଣପୁର, ବାରିଝୋଲା, ଦେବଦଳା, କୁମତଲପେଟା, ଭାକୁରଗୁଡ଼ା, କୋତାପେଟା, କୁଲଜିଙ୍ଗ ଆଦି ଅଞ୍ଚଳରେ ଥିବା ଚାଷ ଜମିକୁ ଉଭୟ ରବି ଓ ଖରିଫ ପାଇଁ ଜଳସେଚନ ବ୍ୟବସ୍ଥା କରାଯାଇଥାଏ। ଏବେ ବର୍ଷାଦିନ ପରେ ଡ୍ୟାମ୍‌ରେ ଜଳାଭାବ ଯୋଗୁ ରବି ଫସଲ ପାଇଁ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। 

ଡ୍ୟାମ୍‌ ଅଞ୍ଚଳରେ ଥିବା କୁଲଜିଙ୍ଗ ସମେତ ଅନ୍ୟ ଗାଁର ଶତାଧିକ ହେକ୍ଟର ଚାଷ ଜମିରେ ଲାଗିଥିବା ଧାନତଳି ମଧ୍ୟ ଉଠିବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଛି। କୁଲଜିଙ୍ଗ ଗାଁର ଚାଷୀ ନବୀନ ହିମିରିକା, ମୀନରାଓ ମିଣିଆକା, ସାମାରାଓ ହିମିରିକା, ସୁନ୍ଦର ରାଓଙ୍କ ସମେତ ଅନ୍ୟମାନେ ଜମିରେ ତଳି ପୋଡ଼ିଗଲାଣି ବୋଲି କହିଛନ୍ତି। ଅନ୍ୟପକ୍ଷରେ, ଡ୍ୟାମ୍‌ରେ ପର୍ଯ୍ୟଟନ କ୍ଷେତ୍ର ଗଢ଼ିବା ପାଇଁ ଡିପିଆର ଯାଇଥିଲା। ବୋଟିଂ ସହ ଅନ୍ୟାନ୍ୟ ଉନ୍ନୟନ କାର୍ଯ୍ୟ ପାଇଁ ଯୋଜନା ଚାଲିଥିଲା। ଜଳାଭାବ ଯୋଗୁ ଏହି ଯୋଜନାର ସଫଳ ରୂପାୟନ ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe