ଉନ୍ମୋଚନ ହେଲା ମା’ ସମଲେଶ୍ୱରୀଙ୍କ ଚିତ୍ର ଥିବା ରୁପା ମୁଦ୍ରା

Advertisment
ଉନ୍ମୋଚନ ହେଲା ମା’ ସମଲେଶ୍ୱରୀଙ୍କ ଚିତ୍ର ଥିବା ରୁପା ମୁଦ୍ରା

ସମ୍ବଲପୁର : ଶନିବାର ଶାଙ୍କି ଜୁଏଲର୍ସ ପକ୍ଷରୁ ମା’ ସମଲେଶ୍ବରୀଙ୍କ ଚିତ୍ର ଥିବା ରୁପା ମୁଦ୍ରା ଉନ୍ମୋଚନ କରାଯାଇଛି। ଏହି ଚାପଲ୍ ମିରର୍ ଫିନିଶ୍ ରୁପା ମୁଦ୍ରାର ଓଜନ ୧୦ ଗ୍ରାମ ରହିଛି। ଏହାର ମୂଲ୍ୟ ୧୦୦୧ ଟଙ୍କା ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ମା’ଙ୍କ ଚିତ୍ର ଥିବା ୨୦୦ଟି ମୁଦ୍ରା ତିଆରି କରାଯାଇଥିବା ଜ୍ବେଲର୍ସ ପକ୍ଷରୁ ସୂଚନା ଦିଆଯାଇଛି।

ଶାଙ୍କି ଜୁଏଲର୍ସ ମାଲିକ ଶାଙ୍କୀ ସମ୍ବଲପୁରିଆଙ୍କ କହିବା ଅନୁଯାୟୀ ମା’ଙ୍କୁ ତ କିଛି ଦେଇ ପାରିବୁ ନାହିଁ, ଯେତେ ଦେଲେ ବି କମ୍ ହେବ। ଏହି ମୁଦ୍ରା ମାଧ୍ୟମରେ ଆମ ସଂସ୍କୃତିର ପ୍ରସାର କରିବାକୁ ଛୋଟ ପ୍ରୟାସ କରିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe