ପୁଲିସକୁ ମିଳୁଛି ଚାଞ୍ଚଲ୍ୟକର ତଥ୍ୟ: କଟକରେ ମଧ୍ୟ ଅଛି ଆଉ ଏକ ସିମ ବକ୍ସ ସେଟ୍‌-ଅପ୍‌!

Advertisment
ପୁଲିସକୁ ମିଳୁଛି ଚାଞ୍ଚଲ୍ୟକର ତଥ୍ୟ: କଟକରେ ମଧ୍ୟ ଅଛି ଆଉ ଏକ ସିମ ବକ୍ସ ସେଟ୍‌-ଅପ୍‌!

ଭୁବନେଶ୍ବର: ସିମ ବକ୍ସ ଆତଙ୍କୀ ଲିଙ୍କ୍ ମାମଲାରେ ପୁଲିସକୁ ମିଳୁଛି ଚାଞ୍ଚଲ୍ୟକର ତଥ୍ୟ। କଟକରେ ମଧ୍ୟ ଅଛି ଆଉ ଏକ ସିମ ବକ୍ସ ସେଟ୍‌-ଅପ। ହାୱାଲା ଜରିଆରେ ଆର୍ଥିକ କାରବାର ଚାଲିଥିଲା ବୋଲି ପୁଲିସ ଜାଣିବାକୁ ପାଇଛି। ବାଂଲାଦେଶରୁ ଭୁବନେଶ୍ୱରକୁ ଆସୁଥିଲା ଟଙ୍କା। ଯାହା ବି ଟ୍ରାଞ୍ଜାକ୍ସନ୍ ହେଉଥିଲା ତାହା କ୍ୟାସ୍‌ ଆକାରରେ ହେଉଥିଲା। ବାଂଲାଦେଶ ସୀମାରେ ଥିବା କିଛି ଦୋକାନରେ ଚାଲୁଥିଲା ଏହି ହୱାଲା କାରବାର।

ନୋଟକୁ କୋଡ ହିସାବରେ ବ୍ୟବହାର କରି ହୱାଲା ମାଧ୍ୟମରେ ଆର୍ଥିକ କାରବାର ହେଉଥିଲା ବାଂଲାଦେଶରୁ ଲୋକ ଆସି କଟକ ଓ ଭୁବନେଶ୍ୱରରେ ସିମ୍ ବକ୍ସ ସେଟ୍ ଅପ୍ କରି ଯାଇଥିଲେ। ସେପଟେ ଆତଙ୍କି ଲିଙ୍କ ମାମଲା, ଖୁବ୍ ଶୀଘ୍ର ଏନଆଇଏ ଓ ଇଣ୍ଟରପୋଲ୍ ସହାୟତା ନେବ କମିସନରେଟ ପୁଲିସ। ତଦନ୍ତ ବେଳେ ଚୀନ୍, ପାକିସ୍ତାନ, ବାଂଲାଦେଶ ଓ ମିଡିଲ ଇଷ୍ଟ ଲିଙ୍କ୍ ସାମ୍ନା କୁ ଆସିଛି। ତେଣୁ ଆତଙ୍କି ଲିଙ୍କ୍ ନେଇ ଅଧିକ ଖୋଳତାଡ କରାଯାଉଛି। ରାଜୁକୁ ରିମାଣ୍ଡରେ ଆଣି ସେ ଦୁଇଟି ସିମ ବକ୍ସର ଲୋକେଶନ ଠାବ କରିବ ପୋଲିସ। ରାଜୁକୁ ୧୪ ଦିନ ରିମାଣ୍ଡ ରେ ଆଣିବା ପାଇଁ କୋର୍ଟ ରେ ଆବେଦନ କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ। କିନ୍ତୁ ୫ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି।

ଅଧିକ ଖବର ପଢ଼ନ୍ତୁ: ଠକେଇର ନୂଆ ଅସ୍ତ୍ର ‘ସିମ୍ ବକ୍ସ’: ଏସ୍‌ଏମ୍ଏସ୍‌ ଲିଙ୍କ୍‌ରେ କ୍ଲିକ୍‌ କରି କ୍ଷତି ସହିଲେ ୪୦ ଗ୍ରାହକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe