image source-youtube
ବାରିପଦା: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଆଜି ଠାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଲା ଶିମିଳିପାଳ ଜାତୀୟ ଉଦ୍ୟାନ। ଶିମିଳିପାଳ ମଧ୍ୟରେ ଅନେକ ଗାଁ,ଗଣ୍ଡା ରହିଥିବାରୁ ସ୍ଥାନୀୟ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିମିଳିପାଳର ପ୍ରବେଶ ପଥକୁ ବନ୍ଦ କରାଯାଇଥିବା କହିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ଉପ କ୍ଷେତ୍ର ନିର୍ଦେଶକ ଏମ. ୟଗଜୟାନନ୍ଦ।
ପ୍ରତିବର୍ଷ ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳର ଗେଟ୍ ଖୋଲା ଯାଇଥିବାବେଳେ ବର୍ଷା ଦିନର ଅଗମଙ୍କୁ ଲକ୍ଷ୍ୟ କରି ଜୁନ୍ ୧୫ ରେ ଶିମିଳିପାଳର ଗେଟ୍ ବନ୍ଦ କରାଯାଇଥାଏ । ହେଲେ ଆଜି କୋଭିଡ୍ ର ଭୟାବହତାକୁ ଧ୍ୟାନ ଦେଇ ଏହି ବନ୍ଦ ଘୋଷଣା କରାଯାଇଛି। ଆଗକୁ କରୋନା ସ୍ଥିତିକୁ ଦେଖି ଗେଟ୍ ଖୋଲିବାର ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଉପ କ୍ଷେତ୍ର ନିର୍ଦେଶକ।
Follow Us