ଶିମିଳିପାଳ ଆମ ଫୁସ୍‌ଫୁସ୍‌, ଏହାର ସୁରକ୍ଷା ସମସ୍ତଙ୍କ ଦାୟିତ୍ବ: ଭାଦବ

Advertisment

୨୭୫୦ ବର୍ଗକିମି ପରିବ୍ୟାପ୍ତ ଶିମିଳିପାଳ ହେଉଛି ଆମର ଫୁସ୍‌ଫୁସ୍‌। ତେଣୁ ଶିମିଳିପାଳକୁ ସତେଜ ଓ ସୁରକ୍ଷିତ ରଖିବାକୁ ପଡ଼ିବ। ଏହି ଦାୟିତ୍ବ ଅନ୍ୟମାନଙ୍କ ଉପରେ ଲଦି ନଦେଇ ନିଜର ଦାୟିତ୍ବ ବୋଲି ଭାବିବାକୁ ହେବ ବୋଲି ସାରସକଣା ନିର୍ବାଚନମଣ୍ଡଳୀସ୍ତରୀୟ ପରିବେଶ....

୨୭୫୦ ବର୍ଗକିମି ପରିବ୍ୟାପ୍ତ ଶିମିଳିପାଳ ହେଉଛି ଆମର ଫୁସ୍‌ଫୁସ୍‌। ତେଣୁ ଶିମିଳିପାଳକୁ ସତେଜ ଓ ସୁରକ୍ଷିତ ରଖିବାକୁ ପଡ଼ିବ। ଏହି ଦାୟିତ୍ବ ଅନ୍ୟମାନଙ୍କ ଉପରେ ଲଦି ନଦେଇ ନିଜର ଦାୟିତ୍ବ ବୋଲି ଭାବିବାକୁ ହେବ ବୋଲି ସାରସକଣା ନିର୍ବାଚନମଣ୍ଡଳୀସ୍ତରୀୟ ପରିବେଶ....

dgdggdcvcv

ବାରିପଦା/ସାରସକଣା: ୨୭୫୦ ବର୍ଗକିମି ପରିବ୍ୟାପ୍ତ ଶିମିଳିପାଳ ହେଉଛି ଆମର ଫୁସ୍‌ଫୁସ୍‌। ତେଣୁ ଶିମିଳିପାଳକୁ ସତେଜ ଓ ସୁରକ୍ଷିତ ରଖିବାକୁ ପଡ଼ିବ। ଏହି ଦାୟିତ୍ବ ଅନ୍ୟମାନଙ୍କ ଉପରେ ଲଦି ନଦେଇ ନିଜର ଦାୟିତ୍ବ ବୋଲି ଭାବିବାକୁ ହେବ ବୋଲି ସାରସକଣା ନିର୍ବାଚନମଣ୍ଡଳୀସ୍ତରୀୟ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମତ ରଖିଛନ୍ତି ସ୍ଥାନୀୟ ବିଧାୟକ ଭାଦବ ହାଁସଦା।

ସାରସକଣା ବ୍ଲକ୍‌ ଝାର‌ପୋଖରିଆସ୍ଥିତ ସୀମାନ୍ତ ଇଞ୍ଜିନିୟରିଂ କଲେଜ ସଭାଗୃହରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ହାଁସଦ ମୁଖ୍ୟଅତିଥି ଭାବେ ଯୋଗଦେଇ ଆହୁରି କହିଲେ ଚାରାଟିଏ ଲଗାଇ ଏହାକୁ ବଡ଼ କରିବା ଏକ ଶିଶୁକୁ ଲାଳନପାଳନ କରିବା ସହ ସମାନ। ଏହା ଏକ କଷ୍ଟକାର କାର୍ଯ୍ୟ ନିଶ୍ଚିତ। ହେଲେ ଏହି କଷ୍ଟ ସ୍ବୀକାର କଲେ, ଆମ ପରପିଢ଼ିକୁ ଏକ ସୁସ୍ଥ, ସବୁଜ ଓ ସୁନ୍ଦର ପୃଥିବୀ ଉପହାର ଦେଇପାରିବା। ୧୨ ବର୍ଷ ତଳେ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରିଥିଲି। ଏହି ଅଭିଯାନ ଦ୍ବାରା ୧୦ ହଜାରରୁ ଅଧିକ ଚାରାରୋପଣ ହେଲାଣି। ତେଣୁ ବନ ବିଭାଗ ସୁବକିଛି କରିଦେବ, ଆମର କିଛି ଦାୟିତ୍ବ ନାହିଁ କହି ହାତ ଝାଡ଼ିଦେଲେ ହେବ ନାହିଁ। ଜଙ୍ଗଲ ଓ ଏହାର ସୁରକ୍ଷା ପାଇଁ ଆମେ ସମ‌ସ୍ତେ ପଣ କରିବା। ସମ୍ବାଦ-ଆମ ଓଡ଼ିଶାର ସହଯୋଗରେ ସାରସକଣାରେ ୨୦ ହଜାର ଚାରା ଲଗାଇବା ପାଇଁ ଉଦ୍ୟମ ହେଉ। ‘ସମ୍ବାଦ’ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମର ପରିକଳ୍ପନା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ବିଧାୟକ ଶ୍ରୀ ହାଁସଦା କହିଥିଲେ।

ମୁଖ୍ୟବକ୍ତା ଭାବେ ଇଞ୍ଜିନିୟର ଅଶୋକ ବସା ଯୋଗଦେଇ କହିଲେ ଗୋଟିଏ ପରିପକ୍ବ ଗଛ ମାସକୁ ହାରହାରି ୫୫୦ ଲିଟର ଅମ୍ଳଜାନ ଦେଇଥାଏ। ତେଣୁ ଗୋଟିଏ ଗଛ କାଟିବା ଦ୍ବାରା ଆମେ ୪ ଜଣ ମଣିଷଙ୍କୁ ମୃତ୍ୟୁମୁଖକୁ ଠେଲି ଦେଉଛନ୍ତି। ଏକଥା ସମସ୍ତେ ହୃଦୟଙ୍ଗମ କଲେ ବୃକ୍ଷରୋପଣ ପ୍ରତି ସ୍ବତଃ ମନ ବଳାଇବେ ବୋଲି ଶ୍ରୀ ବସା କହିଥିଲେ।

ସମ୍ମାନିତ ଅତିଥି ଭାବେ ଏସ୍‌ଇସିର ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ ନାୟକ ଯୋଗଦେଇ ପରିବେଶ ପାଇଁ ଛାତ୍ରଛାତ୍ରୀମାନେ ମଧ୍ୟ ଚିନ୍ତା କରିବାର ବେଳ ଆସିଛି ବୋଲି କହିଥିଲେ। ସେହିପରି ମଣିଷ ନିଜକୁ ସର୍ବଶକ୍ତିମାନ ଭାବି ଜଙ୍ଗଲ ଓ ଜୀବଜନ୍ତୁଙ୍କୁ କ୍ଷତି ପହଞ୍ଚାଇ ମସ୍ତବଡ଼ ଭୁଲ କରୁଛି। ‘ସମ୍ବାଦ’ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ଶ୍ରୀକାନ୍ତ ସାହୁ ଓ ସାରସକଣା ବ୍ଲକ୍‌ ପ୍ରତିନିଧି ଚିନ୍ମୟ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରଥିବା ‌ବେଳେ ପ୍ରଫେସର ଅଜିତ କୁମାର ସାହୁ, ପ୍ରଫେସର ମାନସ ରଞ୍ଜନ ପାଣି, ପ୍ରଫେସର ଜ୍ୟୋତିପ୍ରଭା ମହାନ୍ତ, ପ୍ରଫେସର ବିଶ୍ବମିତ୍ର ରଣା, ଅଧ୍ୟାପକ ଅମିତ କୁମାର ମିଶ୍ର, ଘାସିରାମ କଲିଆ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe