ପର୍ଯ୍ୟଟକଙ୍କ ପାଇଁ ୧ରୁ ଖୋଲିବ ଶିମିଳିପାଳ

Advertisment

କୁମାରୀ, ଗୁଡ଼ଗୁଡ଼ିଆରେ ରାତ୍ରରହଣି ପାଇଁ ଓ୍ଵବ୍‌ସାଇଟ୍‌ରେ ଅଗ୍ରିମ ବୁକିଂ

କୁମାରୀ, ଗୁଡ଼ଗୁଡ଼ିଆରେ ରାତ୍ରରହଣି ପାଇଁ ଓ୍ଵବ୍‌ସାଇଟ୍‌ରେ ଅଗ୍ରିମ ବୁକିଂ

ଶିମିଳିପାଳରେ କେନ୍ଦ୍ରୀୟ ଟିମ୍‌

Facebook

ବାରିପଦା : ନଭେମ୍ବର ମାସ ୧ ତାରିଖଠାରୁ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ଅଭୟାରଣ୍ୟ ଖୋଲାଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ସୂଚନା ଦିଆଯାଇଛି। ଶିମିଳିପାଳକୁ ଯିବା ପାଇଁ ଥିବା ଦୁଇଟି ପ୍ରବେଶପଥ ଯଶିପୁର ପଟେ କାଳିଆଣି ତନଖି ଫାଟକ ଏବଂ ବାରିପଦରୁ ଲୁଲୁଙ୍ଗ ପଟେ ପିଠାବଟା ଫାଟକଦେଇ ପ୍ରବେଶ କରିବାକୁ ଅନୁମତି ଦିଆଯିବ।

ଯଶିପୁର ପଟେ ସର୍ବାଧିକ ୩୫ଟି ଚାରିଚକିଆ ଯାନ ଓ ଲୁଲୁଙ୍ଗ ପଟେ ସର୍ବାଧିକ ୨୫ଟି ଚାରିଚକିଆ ଯାନ ଛଡ଼ାଯିବ। ପ୍ରତ୍ୟେକ ପର୍ଯ୍ୟଟକଙ୍କ ଗାଡ଼ିରେ ଜଣେ ଗାଇଡ୍‌ ନେବା ବାଧ୍ୟତାମୂଳକ। ପ୍ରବେଶ ଅନୁମତିପତ୍ର କେବଳ ପିଠାବଟା ଓ ଯଶିପୁର (କାଳିଆଣି) ବୁକିଂ କାଉଣ୍ଟରରୁ ସକାଳ ୬ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ମିଳିପାରିବ। ଅପରାହ୍ନ ୩ଟା ପୂର୍ବରୁ ସମସ୍ତ ପର୍ଯ୍ୟଟକଙ୍କୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଏବଂ ଅପରାହ୍ନ ୪ଟା ପୂର୍ବରୁ ଚହଲା ସ୍ଥାନ ଛାଡ଼ିବାକୁ ପଡ଼ିବ। ସେହିଦିନ ୫ଟା ସୁଦ୍ଧା ପ୍ରସ୍ଥାନ ତନଖି ଫାଟକ ପିଠାବଟା/ ତୁଳସୀବଣି/ କାଳିଆଣି ଅତିକ୍ରମ କରି ଶିମିଳିପାଳରୁ ଫେରିଯାଇପାରିବେ।

ଭିତରକୁ ଯାଉଥିବା ପର୍ଯ୍ୟଟକଙ୍କ ଯାନ ଖରାପ ହେଲେ ବିଭାଗ ପକ୍ଷରୁ ବିକଳ୍ପ ବ୍ୟବସ୍ଥା ଯୋଗାଇ ଦିଆଯିବ। ସେଥିପାଇଁ ପର୍ଯ୍ୟଟକଙ୍କ ପକ୍ଷରୁୁ ତିନି ହଜାର ଟଙ୍କା ଅଗ୍ରିମ ଜମା କରିବାକୁ ପଡ଼ିବ। କାରଣ ବିଭାଗ ପକ୍ଷରୁ ଗାଡ଼ି ଯୋଗେ ଯଶୀପୁର କିମ୍ବା ବାରିପଦା ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର କରିବା ପାଇଁ ବ୍ୟବସ୍ଥା ରହିବ। ଯଦି କୌଣସି ଯାନ ବଳବତ୍ତର ଥିବା ନିୟମାବଳୀକୁ ଦ୍ଵିତୀୟ ଥର ଉଲ୍ଲଂଘନ କରିବେ, ତେବେ ସେହି ଯାନକୁ ଅଭୟାରଣ୍ୟ ମଧ୍ୟରେ ପ୍ରବେଶ ନିମନ୍ତେ ଭବିଷ୍ୟତରେ ଅନୁମତି ଦିଆଯିବ ନାହିିଁ। ଶିମିଳିପାଳରେ ବ୍ୟାପକ ସୁରକ୍ଷା କରାଯାଇଥିଲେ ମଧ୍ୟ ପର୍ଯ୍ୟଟକଙ୍କୁ ନିଜ ଦାୟିତ୍ଵରେ ବୁଲିବାକୁ ହେବ।

କୌଣସି ପ୍ରକାର ଅଘଟଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଆଦୌ ଦାୟୀ ରହିବେ ନାହିିଁ। ଲିଖିତଭାବେ ଏହି ସ୍ୱୀକାରୋକ୍ତି ଦେବାପରେ ହିିଁ ଶିମିଳିପାଳ ମଧ୍ୟକୁ ଯିବା ପାଇଁ ଅନୁମତି ମିଳିବ। ନିୟମାବଳୀ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡିତ ହେବେ। ପ୍ରବେଶ ପଥରେ ଗାଡ଼ି ତଥା ସାମଗ୍ରୀଗୁଡ଼ିକୁ ତନଖି କରାଯିିବ। ଶିମିଳିପାଳର କୁମାରୀ, ଗୁଡୁଗୁଡ଼ିଆ, ରାମତୀର୍ଥ ଓ ଜାମୁଆଣିରେ ଥିବା ଯାତ୍ରୀନିବାସରେ ରାତ୍ରିଯାପନ ନିମନ୍ତେ ପର୍ଯ୍ୟଟକଙ୍କୁ ୱେବ୍‌ସାଇଟ୍‌ରେ ଅଗ୍ରିମ ଆରକ୍ଷଣ କରିବାକୁ ହେବ। ସାଧାରଣତଃ ବର୍ଷାଦିନେ ଶିମିଳିପାଳ ମଧ୍ୟରେ ଗମନାଗମନ ପଥ ନଷ୍ଟହୋଇ ଯୋଗାଯୋଗ ବିଚ୍ଛିନ୍ନ ହେଉଥିବାରୁ ସାଢ଼େ ଚାରିମାସ ପାଇଁ ଅଭୟାରଣ୍ୟରେ ପ୍ରବେଶ ବନ୍ଦ୍‌ ରହିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe