ବାଘ ସଂଖ୍ୟା କମୁଛି, ସୁରକ୍ଷା ଢିଲା: ବାଘ ଶୂନ୍ୟ ହୋଇଯିବ ଶିମିଳିପାଳ!

Advertisment

୧୦୧ରୁ ଖସି ଖସି ୨୮ରେ ପହଞ୍ଚିଲାଣି ସଂଖ୍ୟା, ୧୨ ବର୍ଷ‌ରେ ୭୩ ବାଘ ଗଲେ କୁଆଡ଼େ?

୧୦୧ରୁ ଖସି ଖସି ୨୮ରେ ପହଞ୍ଚିଲାଣି ସଂଖ୍ୟା, ୧୨ ବର୍ଷ‌ରେ ୭୩ ବାଘ ଗଲେ କୁଆଡ଼େ?

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ: ୬୦ଟି ଚାରିଚକିଆ ଗାଡ଼ିକୁ ଅନୁମତି

ବାରିପଦା : ଆଜି ସାରା ବିଶ୍ବ ପାଳିବ ବ୍ୟାଘ୍ର ଦିବସ। ଏକଦା ମହାବଳ ବାଘ ପାଇଁ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ ବାଘ ଶୂନ୍ୟ ହୋଇଯିବାର ଆଶଙ୍କା ସୃଷ୍ଟି ହେଲାଣି। କାରଣ ପ୍ରତିଥର ବାଘ ଗଣନା ବେଳେ ଅଭୟାରଣ୍ୟରେ ବାଘଙ୍କ ସଂଖ୍ୟା ବଢ଼ିବା ବଦଳରେ କମି କମି ଚାଲିଛି।

ଶିମିଳିପାଳର ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ମହାବଳ, କଲାରାପତରିଆ ବାଘ ସହ ବିରଳ କଳାବାଘ ବି ଚିହ୍ନଟ ହୋଇଛନ୍ତି। ହେଲେ ପୂର୍ବର ସ୍ଥିତି ଓ ବର୍ତ୍ତମାନର ଚିତ୍ର ମଧ୍ୟରେ ଆକାଶ ପାତାଳ ଫରକ୍‌। ୨୦୦୬ ମସିହାରେ ଶିମିଳିପାଳ ଅଭୟାରଣ୍ୟରେ ମୋଟ୍ ୧୦୧ଟି ବାଘ ଥିଲେ। ୨୦୧୮ ମସିହା ବାଘ ଗଣନା ରିପୋର୍ଟ ଅନୁଯାୟୀ ଶିମିଳିପାଳରେ ବାଘ ସଂଖ୍ୟା ୨୮। ଏହାପରଠାରୁ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇନି। ୨୦୦୬ରୁ ୨୦୧୮ ଏହି ୧୨ ବର୍ଷ ମଧ୍ୟରେ ୭୩ଟି ବାଘ ଗଲେ କୁଆଡ଼େ ତାର ଉତ୍ତର ବିବାଗୀୟ ଅଧିକାରୀଙ୍କ ପାଖରେ ବି ନାହିଁ। ଅନ୍ୟପକ୍ଷରେ ଏହି ବାଘ ଗଣନା ରିପୋର୍ଟକୁ ବିଶ୍ବାସକୁ ନେଇ ପାରୁନାହାନ୍ତି ବିଶେ‌ଷଜ୍ଞ। ସେମାନଙ୍କ କହିବା ହେଲା ପାଦଚିହ୍ନ ଯାଞ୍ଚ କରି ଗଣନା ହେଲେ ସଠିକ୍ ରିପୋର୍ଟ ଆସି ପାରନ୍ତା। କ୍ୟାମେରା ଜରିଆରେ ବାଘ ଗଣନା କରା ଯାଇଥିବାରୁ ଠିକ୍‌ ରିପୋର୍ଟ ଆସିପାରୁନି ବୋଲି କହନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ବିବେକାନନ୍ଦ ପଟ୍ଟନାୟକ।

ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ବର୍ଷକୁ ୫ରୁ ୬ କୋଟି ଟଙ୍କା ଦେଉଛନ୍ତି। ‌ରାଜ୍ୟ ସରକାର ବି ବାର୍ଷିକ ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ‌ଏସବୁ ସତ୍ତ୍ବେ ଶିମିଳିପାଳ ଅଭୟାରଣ୍ୟରେ ବାଘ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବା ନେଇ ବିଭିନ୍ନ ମହଲରେ ଉଦବେଗ୍ ପ୍ରକାଶ ପାଇଛି। ସରକାରଙ୍କ ଉଦାସୀନତା ଓ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ହିଁ ବାଘ ସଂଖ୍ୟା ହ୍ରାସର ପ୍ରମୁଖ କାରଣ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe