ଜୁନ୍‌ ୧୬ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

Advertisment
ଜୁନ୍‌ ୧୬ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ

ବାରିପଦା : ଆସନ୍ତା ଜୁନ୍‌ ୧୬ ତାରିଖଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ବନ୍ଦ ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଂଚଳିକ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି କଟକଣା ଲାଗୁ କରାଯାଇଥିବାବେଳେ ଅଭୟାରଣ୍ୟ ଖୋଲାଯିବାର ସଠିକ ତାରିଖ ପରବର୍ତ୍ତୀ ସମୟରେ ପର୍ଯ୍ୟଟକମାନଙ୍କୁ ଜଣାଇ ଦିଆଯିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ମାଲୋଥ ମୋହନ ଜଣାଇଛନ୍ତି। ସୂଚନାଯୋଗ୍ୟ, ବର୍ଷା ଋତୁର ଆଗମନରେ ପ୍ରତିବର୍ଷ ଜୁନ୍‌ ମାସର ମଧ୍ୟ ଭାଗରୁ ଶିମିଳିପାଳକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe