'ମୁଁ ତୁମ ଖୁସି ନୁହେଁ, ତୁମ ଜୀବନକୁ ଆଉ ଫେରିବିନି' ଲେଖି ବୈତରଣୀକୁ ଡେଇଁପଡ଼ିଲେ ଏକ୍ସ ଗାର୍ଲଫ୍ରେଣ୍ଡ

Advertisment
'ମୁଁ ତୁମ ଖୁସି ନୁହେଁ, ତୁମ ଜୀବନକୁ ଆଉ ଫେରିବିନି' ଲେଖି ବୈତରଣୀକୁ ଡେଇଁପଡ଼ିଲେ ଏକ୍ସ ଗାର୍ଲଫ୍ରେଣ୍ଡ

ଚାନ୍ଦବାଲି: ଭଲ ପାଇ ଯେଉଁ ଭୁଲ କରିଥିଲି, କରିଦେବ ମୋତେ କ୍ଷମା, ତମ ସହରକୁ ତମରି ଗଳିକୁ ଆସିବିନି ଆଉ ଜମା | ଆପଣ ହୁଏତ ଏହି ଗୀତଟିକୁ ଶୁଣିଥିବେ | କିନ୍ତୁ ସିମରନ, ରଞ୍ଜିତଙ୍କ ଜୀବନରେ ବି ଆଉ କେବେ ଆସିବେ ନାହିଁ | କାରଣ ବୈତରଣୀରେ ନିଜ ଭଲପାଇବାକୁ ଜଳାଞ୍ଜଳି ଦେଇ ସେ ନିଜକୁ ଶେଷ କରିଦେଇଛନ୍ତି | ପ୍ରେମିକଙ୍କ ଜୀବନରୁ ଦୂରେଇଯିବା ପୂର୍ବରୁ ନିଜ ମନର କଥାକୁ ଲେଖିଦେଇଛନ୍ତି ସିମରନ |

ତୁମେ ମୋ ସହ ଯାହା କିଛି କରିଛ, କଣ ସେଇଟା ବି ମିଛ ଥିଲା, ସତରେ କଣ ତୁମେ ମୋତେ ଭଲ ପାଉନ, ମୁଁ ତୁମର ଖୁସି ନୁହେଁ, ନିଜ ଉପରେ ଆଜି ମୋର ଭରସା ଭାଙ୍ଗିଗଲା | ମୋ ଜୀବନକୁ ଆସି ପ୍ରେମର ମାନେ କଣ ଜଣାଇଲ, ହେଲେ ପ୍ରେମର ମୂଲ୍ୟ ରହିଲାନି | ତୁମେ ସବୁବେଳେ ମୋ ଗୁଲୁ ହୋଇକି ରହିବ | ହେଲେ ତୁମ ଜୀବନକୁ କେବେ ବି ଏହି ଫିଜା ଫେରିବନି |

ଇତି ତୁମର ଅଜଣା ମଣିଷ

ପଢିଲେ ତ! ଗତ ୩ ଦିନ ତଳେ ବୈତରଣୀ ନଦୀକୁ ଡେଇଁ ନିଜ ଜୀବନ ହରିଦେଇଥିବା ଯୁବତୀଙ୍କ ଏହି ଚିଠି ହିଁ ଅନେକ କଥାକୁ ବୟାନ କରୁଛି | +୨ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ମେଡିକାଲ ପଢିବା ପାଇଁ ପ୍ରସ୍ତୁତି କରୁଥିଲେ | ଆଉ ଏହି ଆତ୍ମହତ୍ୟା ପାଇଁ ତଥାକଥିତ ପ୍ରେମିକ କୁହାଯାଉଥିବା ରଞ୍ଜିତ ସାହୁ ହିଁ ଦାୟୀ ବୋଲି ଯୁବତୀଙ୍କ ମା କହିଛନ୍ତି | ଭଦ୍ରକ ଜିଲ୍ଲା ଚାନ୍ଦବାଲି ଓ କେନ୍ଦ୍ରାପଡା ଜିଲ୍ଲା ରାଜକନିକାକୁ ସଂଯୋଗ କରୁଥିବା ବୈତରଣୀ ପୋଲରୁ ଡେଇଁ ପଡିଥିବା ଛାତ୍ରୀ ସିମରନ ଜେନାଙ୍କ ମା କଳ୍ପନା ଜେନାଙ୍କ କହିବା ମୁତାବକ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବୁରୁଡ଼ିଆ ଗାଁରୁ କମ୍ପ୍ୟୁଟର କ୍ଲାସ କରିବାକୁ କହି ସିମରନ ଘରୁ ଚାନ୍ଦବାଲିକୁ ଆସିଥିଲା |

ହେଲେ ବୈତରଣୀ ପୋଲ ଉପରେ ସାଇକେଲ ଓ ବ୍ୟାଗ ରଖି ଡେଇଁ ପଡିଥିବା ସ୍ଥାନୀୟ ଲୋକ ଦେଖିଥିଲେ । ଖବର ପାଇଁ ଚାନ୍ଦବାଲି ଓ ରାଜକନିକା ଦମକଳ ବାହିନୀ ଖୋଜାଖୋଜି କରିଥିଲେ ବି ମିଳିନଥିଲା ସନ୍ଧାନ । ୩୦ ଘଣ୍ଟା ପରେ ଗତକାଲି ପୋଲଠାରୁ କିଛି ଦୂରରେ ମୃତଦେହ ଉଦ୍ଧାର କରାଯାଇଥିଲା | ଅନ୍ୟପଟରେ ସିମରନଙ୍କ ବ୍ୟାଗରୁ ଏକ ହାତ ଲେଖା ଚିଠି ଓ ଫଟୋ ଥିଲା | ଯେଉଁଥିରେ ପ୍ରେମିକ ଧୋକା ଦେବା ପରେ ସେ ଏହି ବାଟ ବାଛିନେଇଥିବାର ସ୍ପଷ୍ଟ ଭାବେ ଲେଖାଯାଇଥିଲା | ତେବେ ମୃତକ ସିମରିନ ଜେନାଙ୍କ ବଡ ଭଉଣୀ ସାମିଲ୍ଲୀ ଜେନା କହିଛନ୍ତି ଯେ ପୂର୍ବତନ ପ୍ରେମିକ ରଞ୍ଜିତ ଏବେ ସେ ଆଉ କେଉଁ ଝିଅ ସହିତ ସମ୍ପର୍କ ରଖି ମୋ ଭଉଣୀକୁ ମାନସିକ ନିର୍ଯାତନା ଦେଉଥିଲା, ଯେଉଁଥିପାଇଁ ତାଙ୍କ ଭଉଣୀ ଆତ୍ମହତ୍ୟା କରିଛନ୍ତି | ତେବେ ବର୍ତ୍ତମାନ ରଞ୍ଜିତ ଫେରାର ଥିବାବେଳେ ପୁଲିସ କହିଛି ଯେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe