କୋଟିପତି ଦୁଷ୍ମନ୍ତର ସିମ୍ କେଳେଙ୍କାରୀ: ଦିଲ୍ଲୀ, କେରଳରେ ବି ମାମଲା; ଆଉ ୩ ଗିରଫ

Advertisment

ସର୍ଭିସ ପ୍ରୋଭାଇଡର୍‌ ଅଧିକାରୀଙ୍କ ସହିତ ଡିଲ୍

ସର୍ଭିସ ପ୍ରୋଭାଇଡର୍‌ ଅଧିକାରୀଙ୍କ ସହିତ ଡିଲ୍

କୋଟିପତି ଦୁଷ୍ମନ୍ତର ସିମ୍ କେଳେଙ୍କାରୀ: ଦିଲ୍ଲୀ, କେରଳରେ ବି ମାମଲା; ଆଉ ୩ ଗିରଫ

କଟକ : କୋଟିପତି ଦୁଷ୍ମନ୍ତ ସାହୁ ସିମ୍ କେଳେଙ୍କାରୀ ମାମଲାରେ ଚେର ବିଭିନ୍ନ ରାଜ୍ୟକୁ ଲମ୍ବିଥିବା ଘଟଣା ସାମନାକୁ ଆସିବାରେ ଲାଗିଛି। ପ୍ରଥମେ ଓଡ଼ିଶା କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ଶନିବାର ସୁଦ୍ଧା ୯ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଦିଲ୍ଲୀ ଓ କେରଳ ପୁଲିସ ବି ସାଇବର୍ ଅପରାଧ ମାମଲାରେ ଓଡ଼ିଶାର ଏହି ଗ୍ୟାଙ୍ଗକୁ ଯୋଡ଼ିଛି। ଅନ୍ୟପଟେ ଓଡ଼ିଶାରେ ଦୁଷ୍ମନ୍ତ ମୋବାଇଲ୍ ସର୍ଭିସ ପ୍ରୋଭାଇଡର ଅଧିକାରୀଙ୍କ ସହିତ ବଡ଼ ଧରଣର ଡିଲ୍ କରିଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି। ଗୋଟିଏ ସିମ୍‌ରୁ ୧୫ଟି ଓଟିପି ନାଇଜେରିଆନ୍ ଗ୍ୟାଙ୍ଗକୁ ବିକ୍ରି କରିବା ପରେ ସେହି ସିମ୍‌କୁ ୩ ମାସ ପରେ ଜିଓ, ଭୋଡାଫୋନ୍-ଆଇଡିଆ ଭଳି ସର୍ଭିସ ପ୍ରୋଭାଇଡରକୁ ପୋର୍ଟିଂ କରି ସେହି ସଂସ୍ଥାର ଅଧିକାରୀଙ୍କ ମାସିକିଆ ଟାର୍ଗେଟ୍ ପୂରଣରେ ସାହାଯ୍ୟ କରୁଥିଲା। ଏଥିପାଇଁ ବି ଦୁଷ୍ମନ୍ତ ମୋଟା ଅଙ୍କର ଆର୍ଥିକ କାରବାର କରିଥିବା ସୂଚନା ମିଳିଛି।

ଓମ୍ ବିର୍ଲାଙ୍କ ନାଁରେ ନକଲି ହ୍ବାଟସଆପ୍ ଖୋଲିବାକୁ ସାଇବର୍ ଅପରାଧୀମାନେ ଦୁଷ୍ମନ୍ତ ନିକଟରୁ ମୋବାଇଲ୍ ଓଟିପି କିଣିଥିବା ଘଟଣା ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଆହୁରି ସଂଗିନ ତଥ୍ୟ ସାମନାକୁ ଆଣିଛି। ଦୁଷ୍ମନ୍ତ ନିକଟରୁ ଜବତ ହୋଇଥିବା ୧୯ ହଜାର ୬୪୧ ସିମ୍ ମଧ୍ୟରୁ ଅନେକ ସିମ୍ ୩ ମାସ ପରେ ପୋର୍ଟିଂ କରାଯାଇଥିଲା। ଜିଓ, ଭୋଡାଫୋନ-ଆଇଡିଆ ପ୍ରୋଭାଇଡରଙ୍କ ସେଲସ୍ ମ୍ୟାନେଜରଙ୍କୁ ଜିଲ୍ଲାସ୍ତରରେ ମାସିକ ୩ ହଜାରରୁ ଅଧିକ ସିମ୍ ବିକ୍ରି ପାଇଁ ଟାର୍ଗେଟ ଦିଆଯାଉଥିବାରୁ ଦୁଷ୍ମନ୍ତ ନିଜ ପାଖରେ ରଖିଥିବା ସିମ୍‌କୁ ପୋର୍ଟିଂ କରି ଉପରୋକ୍ତ ସର୍ଭିସ ପ୍ରୋଭାଇଡରର ନୂଆ ଗ୍ରାହକ ହେଉଥିଲା। ଏହା ଦ୍ବାରା ସମ୍ପୃକ୍ତ ସଂସ୍ଥାର କର୍ମଚାରୀଙ୍କ ଟାର୍ଗେଟ୍ ପୂରଣ ହେଉଥିଲା। ଏଥିପାଇଁ ଜିଓର କର୍ମଚାରୀ ଦୁଷ୍ମନ୍ତକୁ ସିମ୍ ପିଛା ୨୦୦ ଟଙ୍କା ଦେଉଥିଲେ। ଦୁଷ୍ମନ୍ତ ଉଭୟ ସାଇବର୍ ଅପରାଧୀ ଓ ଜିଓର କର୍ମଚାରୀଙ୍କ ନିକଟରୁ ଟଙ୍କା ରୋଜଗାର କରୁଥିଲା।

କ୍ରାଇମବ୍ରାଞ୍ଚ ଶନିବାର ଦିନ ଭୁବନେଶ୍ବର ତମାଣ୍ଡୋରେ ରହୁଥିବା ନୟାଗଡ଼ ଦଶପଲ୍ଲାର ପ୍ରକାଶ ଚନ୍ଦ୍ର ସାହୁ(୩୪), କେନ୍ଦ୍ରାପଡ଼ା ଖୋର୍ଧା ଟାଙ୍ଗୀରେ ରହୁଥିବା କେନ୍ଦ୍ରାପଡ଼ା ଡେରାବିଶର ଶାନ୍ତନୁ କୁମାର ସାହୁ(୨୭) ଏବଂ ଯାଜପୁର ଧର୍ମଶାଳା ଥାନା ଦୁବଗାଡ଼ିଆର ଉମାକାନ୍ତ ମହାନ୍ତି(୨୯)ଙ୍କୁ ଗିରଫ କରିଛି। ଏହି ତିନି ଅଭିଯୁକ୍ତ ସିମ୍ ଆକ୍ଟିଭେସନ୍ ପରେ ପୂର୍ବରୁ ଗିରଫ ହୋଇଥିବା ଜ୍ଞାନରଞ୍ଜନ ସାହୁ ମାଧ୍ୟମରେ ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତ ସାହୁକୁ ବିକ୍ରି କରୁଥିଲେ। କ୍ରାଇମବ୍ରାଞ୍ଚ ହାତରେ ଗିରଫ ହୋଇଥିବା ପ୍ରକାଶ ଭୋଡାଫୋନ୍-ଆଇଡିଆର ତମାଣ୍ଡୋରେ ସେଲସ୍ ମ୍ୟାନେଜର, ଖୋର୍ଧା ଟାଙ୍ଗୀରେ ଶାନ୍ତନୁ ସେଲସ୍ ଏକଜିକ୍ୟୁଟିଭ୍, ଧର୍ମଶାଳାରେ ଉମାକାନ୍ତ ସେଲସ୍ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ। ଏମାନଙ୍କୁ କଟକ ଜେଏମଏ​ଫସି ସିଟି କୋର୍ଟରେ ହାଜର କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe