ଏସ୍‌ସିବିକୁ ଆସିବ ସିମୁଲେଟର

Advertisment
ଏସ୍‌ସିବିରେ ଏକ୍‌ମୋ ସମୀକ୍ଷା, ଆଜିଠୁ ତାଲିମରେ ଯିବେ ୯ଜଣ ବରିଷ୍ଠ ଡାକ୍ତର

scbmch.nic.in

କଟକ: ପୂର୍ବଭାରତର ପ୍ରଥମ ଫୁସ୍‌ଫୁସ୍‌ ଜନିତ ମେଡିସିନ୍‌ ଉତ୍କର୍ଷ କେନ୍ଦ୍ରକୁ ଆସିବ ସିମୁଲେଟର। ୪୦ଲକ୍ଷ ଟଙ୍କା ବ୍ୟୟରେ ଆସିବାକୁ ଥିବା ଏହି ଯନ୍ତ୍ରାଂଶ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଖୁବ୍‌ଶୀଘ୍ର ଟେଣ୍ଡର ଆହ୍ବାନ କରାଯିବ। ଯନ୍ତ୍ର ମାଧ୍ୟମରେ ଡାକ୍ତରୀ ଛାତ୍ରଛାତ୍ରୀ ତାଲିମ ନେଇ ପାରିବେ। ଆଇସିୟୁ ପରିଚାଳନାଠାରୁ ଆରମ୍ଭ କରି, ବିଭିନ୍ନ ପ୍ରକାର ଚିକିତ୍ସା କିପରି କରାଯିବ ସେ ସଂପର୍କରେ ବିନା ରୋଗୀରେ ଯନ୍ତ୍ରାଂଶ ମାଧ୍ୟମରେ ତାଲିମ୍‌ ଦିଆ ଯାଇପାରିବ।

ଫୁସ୍‌ଫୁସ୍‌ ଜନିତ ରୋଗର ଚିକିତ୍ସା ପାଇଁ ଉତ୍କର୍ଷ କେନ୍ଦ୍ରକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ସିମୁଲେଟର ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଥିବା ପଲ୍ୟୁମୁନାରି ବିଭାଗ  ମୁଖ୍ୟ ପ୍ରଫେସର ଡାକ୍ତର ଏମ୍‌.ଆର, ପଟ୍ଟନାୟକ ସୂଚନା ଦେଇଛନ୍ତି। ଏସ୍‌ସିବିକୁ ଏହି ସିମୁଲେଟର ପ୍ରଥମ ଥର ପାଇଁ ଆସିବ। କେବଳ ଆନାଟୋମି ବିଭାଗରେ ଶବ ଅଭାବ ପାଇଁ ସିମୁଲେଟର ମଡେଲର ଆଡାଟୋମେଜ୍‌ ଟେବୁଲ ରହିଛି। ତାହା ମାଧ୍ୟମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ  ଶବ ବ୍ୟବ‌େଚ୍ଛଦ ସଂପର୍କରେ ତାଲିମ ଦିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe