ସିଙ୍ଗାରୀ ଘାଟି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ସହାୟତା

ସିଙ୍ଗାରୀ ଘାଟି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟଣା, ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ସହାୟତା

YouTube

ଥୁଆମୂଳ ରାମପୁର: ଗତ ମଙ୍ଗଳବାର ବାର୍ଷିକୋଣା ଓ ମୁଣ୍ଡିଚୁଆଁ ଗ୍ରାମର ହିତାଧିକାରୀ ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ କାର୍ଯ୍ୟାଳୟକୁ ପିଡିଏସ୍ ସାମଗ୍ରୀ ଆଣିବା ପାଇଁ ଏକ ପିକ୍‌ଅପ୍ ଗାଡ଼ିରେ ଯାଇଥିଲେ। ପିଡିଏସ୍ ଚାଉଳ ନେଇ ୧୬ ଜଣ ହିତାଧିକାରୀ ଫେରୁଥିବା ବେଳେ ଥୁଆମୂଳ ରାମପୁର-କଲମପୁର ରାସ୍ତା ସିଙ୍ଗାରୀ ଘାଟିରେ ପିକ୍‌ଅପ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନେ ହେଲେ ଲାଲୁ ମାଝୀ, ଡୋଙ୍ଗର ମାଝୀ, ସାନୁ ମାଝୀ ଓ ଶୋଭାଦେଇ ମାଝୀ। ଘଟଣାର ଅନୁଧ୍ୟାନ କରି ସବିଶେଷ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଶୁଭକାନ୍ତ ନାଏକ ଓ ତହସିଲଦାର ଈଶ୍ବର ଚନ୍ଦ୍ର ଦାସ ପ୍ରମୁଖ ମୃତକଙ୍କ ଗାଁକୁ ଯାଇ ରିପୋର୍ଟ ସଂଗ୍ରହ କରି ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲାପାଳ ଦୁର୍ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ। ଅନ୍ୟପକ୍ଷରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ସୂଚନା ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe