କରୋନାରେ ଆଖିବୁଜିଲେ ସିନାପାଲି କଲେଜ ଅଧ୍ୟକ୍ଷ ଡ. ମୋହନ ସାହୁ

କରୋନାରେ ଆଖିବୁଜିଲେ ସିନାପାଲି କଲେଜ ଅଧ୍ୟକ୍ଷ ଡ. ମୋହନ ସାହୁ

ସିନାପାଲି : ନୂଆପଡ଼ା ଜିଲ୍ଲା ସିନାପାଲି କଲେଜ ଅଧ୍ୟକ୍ଷ ଡ. ମୋହନ ସାହୁ (୫୮ବର୍ଷ)ଙ୍କ ଶନିବାର ପରଲୋକ ଘଟିଛି। ସ୍ବର୍ଗତ ସାହୁ କିଛିଦିନ ତଳେ ସିନାପାଲିରେ କରୋନା ପଜିଟିଭ ଚିହ୍ନଟ ହୋଇ ତାଙ୍କ ଝିଅ ଜ୍ବାଇଁ ଘର ବରଗଡ଼ ଜିଲ୍ଲା ପଦ୍ମପୁରକୁ ଯାଇଥିଲେ। ସେଠାରୁ ରାଉରକେଲାସ୍ଥିତ ଇସ୍ପାତ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ପ୍ରକାଶ ଯେ ସ୍ବର୍ଗତ ସାହୁ ସିନାପାଲି କଲେଜରେ ଓଡ଼ିଆ ଅଧ୍ୟାପକ ରୂପେ ଅଧ୍ୟାପନା ଜୀବନ ଆରମ୍ଭ କରି ଗତ କିଛିବର୍ଷ ହେଲା କଲେଜ ଅଧ୍ୟକ୍ଷ ଦାୟିତ୍ବ ନେଇଥିଲେ। ତାଙ୍କ ବିୟୋଗରେ ଜିଲ୍ଲା ତଥା ସିନାପାଲି ଅଂଚଳରେ ଶୋକର ଛାୟା ଖେଳିଯାଇଛି। ‌ଜ୍ୟୋତିବିହାର ୧୯୮୪-୮୬ ବ୍ୟାଚ୍‌ର ଛାତ୍ର ଆସୋସିଏସନ ହୋପ୍‌ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe