ସିନାପାଲି: ବାଘ ଆକ୍ରମଣରେ ଯୁବକ ଗୁରୁତର

Advertisment
ସିନାପାଲି: ବାଘ ଆକ୍ରମଣରେ ଯୁବକ ଗୁରୁତର

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଟିମନପୁର ଗ୍ରାମ ପଞ୍ଚାୟତ ଅଧୀନ ହୀରାପୁର ଗ୍ରାମରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ତାଙ୍କୁ ସିନାପାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ଆହତ ଯୁବକ ଜଣକ ହୀରାପୁର ଗ୍ରାମର ସେନାପତି ମାଝୀ (୩୪) ବୋଲି ଜଣାପଡ଼ିଛି।

ସୂଚନାମତେ, ଯୁବକ ଜଣକ ସନ୍ଧ୍ୟା ୬ଟାରେ ଶୌଚ ପାଇଁ ସ୍ଥାନୀୟ ନାଳକୁ ଯାଇଥିଲେ। ଏହି ସମୟରେ ହଠାତ୍ ଏକ କଲରାପତରିଆ ବାଘ ତାଙ୍କୁ ଆକ୍ରମଣ କରିଥିଲା। ଯୁବକ ଜଣକ ଚିତ୍କାର କରିବାରୁ ଆଖପାଖ ଲୋକେ ଦୌଡ଼ି ଯାଇଥିଲେ। ଫଳରେ ବାଘଟି ଚାଲି ଯାଇଥିବା ବେଳେ ଯୁବକଙ୍କୁ ଉଦ୍ଧାର କରି ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସିନାପାଲି ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ତାଙ୍କ ନେତୃତ୍ବରେ ଏକ ଟିମ୍ ଗାଁରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଏଥିସହ ଜନସାଧାରଣଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିଛନ୍ତି। ଗାଁରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଜଗି ରହି ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି। ଅନ୍ୟପକ୍ଷରେ ଗୁରୁତର ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ହେବାରୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥା​ନାନ୍ତର କରାଯାଇଛି। ଏ ସମ୍ପର୍କରେ ସିନାପାଲି ବନାଞ୍ଚଳ ଅଧିକାରୀ ମୁରାରୀ ପ୍ରସାଦ ପଣ୍ତାଙ୍କୁ ପଚାରିବାରୁ ସେହି ଗାଁର ଏକ ଗଛରେ ବାଘ ଚଢ଼ି ଯାଇଛି। ଆମ ଟିମ୍ ଜଗିରହିଛି। ସରକାରୀ ନିୟମ ଅନୁସାରେ ଯୁବକଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ପ୍ରୟାସ କରିବୁ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe