ଫୁଲବାଣୀ ସରକାରୀ ସ୍ୱୟଂଶାସିତ କଲେଜରୁ ଉଠିଲା ସାଇନ-ଏ-ଡାଏ, ଆଜିଠାରୁ ଚାଲିବ ପାଠପଢ଼ା

Advertisment

ସେମିଷ୍ଟାର ପରୀକ୍ଷା ଫଳ ଯାଞ୍ଚ କରିବ କମିଟି

ସେମିଷ୍ଟାର ପରୀକ୍ଷା ଫଳ ଯାଞ୍ଚ କରିବ କମିଟି

ଫୁଲବାଣୀ ସରକାରୀ ସ୍ୱୟଂଶାସିତ କଲେଜରୁ ଉଠିଲା ସାଇନ-ଏ-ଡାଏ, ଆଜିଠାରୁ ଚାଲିବ ପାଠପଢ଼ା

ଫୁଲବାଣୀ : ଫୁଲବାଣୀ ସରକାରୀ ସ୍ୱୟଂଶାସିତ କଲେଜରୁ ଉଠିଲା ସାଇନ-ଏ-ଡାଏ। ଏ ନେଇ ଅଧ୍ୟକ୍ଷ ପ୍ରଫେସର ରଂଜନ କୁମାର ମହାଳିକ ସୂଚନା ଦେଇଥିବା ବେଳେ ଆସନ୍ତକାଲିଠାରୁ ପାଠପଢ଼ା ସ୍ୱାଭାବିକ ଭାବେ ଚାଲିବ ବୋଲି କହିଛନ୍ତି। ସେମିଷ୍ଟାର ପରୀକ୍ଷାରେ ନୈରାଶ୍ୟଜନକ ଫଳାଫଳକୁ ନେଇ ଗତ ୧ ତାରିଖ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ଅବ୍ୟବହିତ ପୂର୍ବରୁ ଛାତ୍ର ଅଶାନ୍ତି ଦେଖାଦେଇଥିଲା। ଯାହାଫଳରେ କଲେଜରେ ବ୍ୟାପକ ଭଙ୍ଗାରୁଜା ହୋଇଥିଲା। ଏଥିରେ ୪ ଜଣ ଛାତ୍ର ଓ ଜଣେ ଅଣଛାତ୍ରକୁ ପୁଲିସ ଉଠାଇ ନେଇ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଯାହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଶେଷରେ କର୍ତ୍ତୃପକ୍ଷ କଲେଜକୁ ସାଇନ-ଏ-ଡାଏ ଘୋଷଣା କରିଥିଲେ।

ଆଜି ସମସ୍ତ ସ୍କୁଲ ଓ କଲେଜ ଖୋଲିଥିବା ବେଳେ ସକାଳେ କଲେଜରେ ଷ୍ଟାଫ କାଉନସିଲ ବୈଠକ ବସିଥିଲା। ସେମିଷ୍ଟାର ପରୀକ୍ଷା ଫଳ ଖରାପକୁ ନେଇ ବହୁ ସମୟ ଧରି ବୈଠକରେ ଆଲୋଚନା ହୋଇଥିଲା। ସେମିଷ୍ଟାର ପରୀକ୍ଷା ଫଳାଫଳ ଯାଞ୍ଚ ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା। ତାପରେ ରାତି ୮ଟାରେ କଲେଜ କର୍ତ୍ତୃପକ୍ଷ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କୁ କାର୍ଯ୍ୟାଳୟରେ ଭେଟି ଷ୍ଟାଫ କାଉନସିଲ ବୈଠକରେ ହୋଇଥିବା ଆଲୋଚନା ଓ ନିଷ୍ପତ୍ତି ସମ୍ପର୍କରେ ଜଣାଇଥିଲେ। ତାପରେ କଲେଜରୁ ଆଜି ସାଇନ-ଏ-ଡାଏ ଉଠିଲା ବୋଲି ନେଇ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ନୈରାଶ୍ୟଜନକ ଫଳାଫଳକୁ ନେଇ ଗତ ୧ ତାରିଖ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ଅବ୍ୟବହିତ ପୂର୍ବରୁ ଛାତ୍ର ଅଶାନ୍ତି ଦେଖାଦେଇଥିଲା। ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ, କମନରୁମ ଓ ଅଡିଟୋରିୟମରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ। ସକାଳ ୧୧ଟାରୁ ୧୨ଟା ଘଣ୍ଟାଏ ଧରି କଲେଜ ପରିସରରେ ଏଭଳି ଅଭାବନୀୟ କାଣ୍ଡ ଘଟିଥିଲା। ତାପରେ ଛାତ୍ରଛାତ୍ରୀ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ବାହାରେ ଟାୟାର ଜାଳି ପ୍ରତିବାଦ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏହି ସମୟରେ ପୁଲିସ ଫୋର୍ସ କଲେଜରେ ପହଞ୍ଚିଥିଲେ। ପରିସ୍ଥିତି ଏଭଳି ହୋଇଥିଲା ଯେ ଖୋଦ ଏସପି ପ୍ରତୀକ ସିଂ ବି ଘଟଣା ସ୍ଥଳରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe