ଓଡ଼ିଶାରେ ସିଙ୍ଗାପୁର ରାଷ୍ଟ୍ରପତି: ନିବେଶ ପାଇଁ ହାତ ମିଳାଇଲେ, ୮ ବୁଝାମଣାପତ୍ର ସ୍ବାକ୍ଷରିତ

Advertisment

ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନ୍‌ମୁଗରତ୍ନମ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ପୂର୍ବାହ୍ଣରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ।

ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନ୍‌ମୁଗରତ୍ନମ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ପୂର୍ବାହ୍ଣରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ।

dadad

ଭୁବନେଶ୍ବର: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନ୍‌ମୁଗରତ୍ନମ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଆଜି ପୂର୍ବାହ୍ଣରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟର ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ଏହି ଗସ୍ତ ଅବସରରେ ସିଙ୍ଗାପୁର ଓ ଓଡ଼ିଶା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ସିଙ୍ଗାପୁର ରାଷ୍ଟ୍ରପତି ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ରରେ ଭର୍ଟିକାଲ୍ ଟ୍ରାନ୍ସପୋର୍ଟ ଲ୍ୟାବ୍ ଓ ଟ୍ରାଭେଲେଟର ଲ୍ୟାବ୍‌ ପରିଦର୍ଶନ କରିଛନ୍ତି। ସନ୍ଧ୍ୟାରେ ସିଙ୍ଗାପୁର ରାଷ୍ଟ୍ରପତି ସପତ୍ନୀକ କଳାଭୂମି ପରିଦର୍ଶନ କରିଛନ୍ତି। ଆସନ୍ତାକାଲି ସେ ରଘୁରାଜପୁର ଐତିହ୍ୟ ଗ୍ରାମ ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। 

ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସିଙ୍ଗାପୁର ରାଷ୍ଟ୍ରପତି ଶ୍ରୀ ସନ୍‌ମୁଗରତ୍ନମ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉପସ୍ଥିତିରେ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ୮ଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଅକ୍ଷୟ ଶକ୍ତି ଜ୍ଞାନ କୌଶଳ ସମ୍ପର୍କରେ ଗବେଷଣା ପାଇଁ ଓଡ଼ିଶା ସରକାରଙ୍କ ଶକ୍ତି ବିଭାଗ, ଆଇଆଇଟି ଭୁବନେଶ୍ବର ଓ ସିଙ୍ଗାପୁରର ନାନ୍ୟାଙ୍ଗ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟି ମଧ୍ୟରେ ବୁଝାମଣାପତ୍ର ହୋଇଥିଲା। ସେହିପରି ଶିଳ୍ପ ପାର୍କ, ନୂଆ ସହରର ବିକାଶ, ଗ୍ରିନ୍ ହାଇଡ୍ରୋଜେନ୍ କରିଡର, ପିସିପିଆଇଆର୍‌ ବିକାଶ, ଓଡ଼ିଶାର ଆର୍ଥିକ ପ୍ରଯୁକ୍ତିଗତ ପ୍ରବନ୍ଧନର ସୁଦୃଢ଼ୀକରଣ, ଦକ୍ଷତା ବିକାଶ କ୍ଷେତ୍ରର ବ୍ୟାପକତା ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଓଡ଼ିଶା ସରକାର ଓ ସିଙ୍ଗାପୁର ସରକାରଙ୍କ ବିଭିନ୍ନ ସଂସ୍ଥା ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ସହଯୋଗ ସମ୍ପର୍କରେ ଏକ ଉପସ୍ଥାପନା କରିଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ଭୁପେନ୍ଦ୍ର ସିଂହ ପୁନିଆ ସ୍ବାଗତ ଭାଷଣ ଦେଇଥିଲେ। ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ରର ସିଇଓ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। 

ଏହା ପରେ ୱେଲ୍‌କମ୍ ହୋଟେଲ୍‌ରେ ସିଙ୍ଗାପୁର ରାଷ୍ଟ୍ରପତି ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ଏଥିରେ ଉଭୟ ପକ୍ଷର ପ୍ରତିନିଧି ଦଳ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଥିଲେ, ବିଭିନ୍ନ କ୍ଷେତ୍ରରେ ସିଙ୍ଗାପୁର ସରକାରଙ୍କ ସହିତ ଓଡ଼ିଶା ସରକାରଙ୍କ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ଦ୍ୱାରା ଓଡିଶାରେ ପୁଞ୍ଜିନିବେଶ ହେବ। ଆମର ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଲକ୍ଷ୍ୟ ରହିଛି। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ମଧ୍ୟ ବିପୁଳ ପୁଞ୍ଜିନିବେଶ ଆସିବ। ସିଙ୍ଗାପୁର ସହିତ ଆମର ସମ୍ପର୍କ ବଢ଼ିଲେ, ଏହା ମାଧ୍ୟମରେ ଓଡ଼ିଶା ଉପକୃତ ହେବ। ସେହିପରି ସିଙ୍ଗାପୁର ରାଷ୍ଟ୍ରପତିଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଏକ ଦ୍ବିପାକ୍ଷିକ ସାକ୍ଷାତ ଆଲୋଚନା ହୋଇଥିଲା। ଏଥିରେ ଶ୍ରୀ ପ୍ରଧାନ ଭାରତର ଶିକ୍ଷା ବ୍ୟବସ୍ଥା, ସିଙ୍ଗାପୁର ସହିତ ଗୁରୁତ୍ବପୂର୍ଣ୍ଣ ଗବେଷଣା ଓ ଉଦ୍ଭାବନ କ୍ଷେତ୍ରରେ ଉଭୟ ପକ୍ଷର ସହଯୋଗକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଥିଲେ। ସିଙ୍ଗାପୁର ସହ ଏମ୍ଓୟୁ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ କହିଥିଲେ, ଏହା ଦ୍ବାରା ଓଡ଼ିଶାରେ ଆନ୍ତର୍ଜାତିକ ସହଭାଗିତାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଏହା ଗବେଷଣା ଓ ନବସୃଜନ କ୍ଷେତ୍ରକୁ ମଜଭୁତ କରିବ। ରାଜ୍ୟର ଶିଳ୍ପ ଏବଂ ସାମାଜିକ-ଅର୍ଥନୈତିକ କାର୍ଯ୍ୟ ତ୍ବରାନ୍ବିତ ହେବ। ଏହା ଭାରତ-ସିଙ୍ଗାପୁର ମଧ୍ୟରେ ବ୍ୟାପକ ରଣନୈତିକ ଭାଗୀଦାରିକୁ ସୁଦୃଢ଼ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe