ଜାନୁଆରିରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି: ପ୍ରବାସୀ ଓଡ଼ିଆ, ଶିଳ୍ପପତିଙ୍କୁ ଭେଟିଲେ

Advertisment

ଆସନ୍ତା ବର୍ଷ ଜାନୁଆରିରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ ଓଡ଼ିଶା ଆସିବେ। ସିଙ୍ଗାପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଓଡ଼ିଶା ଆସିବା ଲାଗି ନିମନ୍ତ୍ରଣ କରିଛନ୍ତି।

ଆସନ୍ତା ବର୍ଷ ଜାନୁଆରିରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ ଓଡ଼ିଶା ଆସିବେ। ସିଙ୍ଗାପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଓଡ଼ିଶା ଆସିବା ଲାଗି ନିମନ୍ତ୍ରଣ କରିଛନ୍ତି।

fhfshfshfhf

ଭୁବନେଶ୍ବର: ଆସନ୍ତା ବର୍ଷ ଜାନୁଆରିରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ସନଗୁମରତ୍ନମ ଓଡ଼ିଶା ଆସିବେ। ସିଙ୍ଗାପୁର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଓଡ଼ିଶା ଆସିବା ଲାଗି ନିମନ୍ତ୍ରଣ କରିଛନ୍ତି। ସିଙ୍ଗାପୁରର ବୈଦେଶିକ ବ୍ୟାପାର ମନ୍ତ୍ରୀ ସିମ୍ ଆନ୍ନଙ୍କ ସହ ସାକ୍ଷାତ ବେଳେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯାଇଥିବା ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ‌ଦେଇଛନ୍ତି। ସିଙ୍ଗାପୁରର ଜୁରଙ୍ଗ ପେଟ୍ରୋକେମିକାଲକ୍ସ କମ୍ପ୍ଲେକ୍ସ ଓ ଟୁଆସ ବନ୍ଦର ମଡେଲ୍‌ରେ ପାରାଦୀପ ବନ୍ଦରର ବିକାଶ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାରୁ ରାଷ୍ଟ୍ରପତି ଶ୍ରୀ ସନଗୁମରତ୍ନମଙ୍କ ଓଡ଼ିଶା ଗସ୍ତ ବେଶ୍‌ ଗୁରୁତ୍ବ ରଖୁଛି। 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍‌ ସିଙ୍ଗାପୁର ଗସ୍ତର ଶେଷ ଦିନରେ ବିଭିନ୍ନ ଶିଳ୍ପପତି ଓ ନିବେଶକଙ୍କ ସହ ଆଲୋଚନା କରି ସେମାନଙ୍କୁ ଓଡ଼ିଶାରେ ନିବେଶ କରିବାକୁ କହିଛନ୍ତି। ଏଥି ସହିତ ସେ ସିଙ୍ଗାପୁରରେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ରାଜ୍ୟର ବିକାଶ ବିଷୟରେ ଆଲୋଚନା କରିବା ସହ ସେମାନଙ୍କ ସହଯୋଗ ଲୋଡ଼ିଛନ୍ତି। ବିଶ୍ବସ୍ତରରେ ଉପସ୍ଥିତିକୁ ସୁଦୃଢ଼ କରିବା ଲାଗି ପ୍ରବାସୀ ଓଡ଼ିଆଙ୍କ ସହଯୋଗ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ୪୦୦ରୁ ଅଧିକ ପ୍ରବାସୀ ଓଡ଼ିଆ ଯୋଗ ଦେଇଥିଲେ। ୨୦୨୫ ଜାନୁଆରି ୮ରୁ ୧୦ ପର୍ଯ୍ୟନ୍ତ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ ଏବଂ ଜାନୁଆରି ୨୮ ଓ ୨୯ରେ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ଭାଗ ନେବା ଲାଗି ପ୍ରବାସୀ ଓଡ଼ିଆମାନଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି। ସିଙ୍ଗାପୁର ଗସ୍ତ ବେଶ୍ ସଫଳ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି।

ସିଙ୍ଗାପୁର ଗସ୍ତ ଫଳପ୍ରଦ ହୋଇଛି: ମୁଖ୍ୟମନ୍ତ୍ରୀ
ପ୍ରବାସୀ ଓଡ଼ିଆ, ଶିଳ୍ପପତିଙ୍କୁ ଭେଟିଲେ
ପ୍ରବାସୀ ଭାରତ ଦିବସ, ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ ପ‌ାଇଁ ଆମନ୍ତ୍ରଣ

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୁଧବାର ପ୍ଲାଟାଫୋର୍ମା ଏସିଆର ପ୍ରଦୀପ୍ତୋ ବିଶ୍ବାସ ଓ ଇକୋସଫ୍ଟର ସିଇଓ ତଥା ସହ ପ୍ରତିଷ୍ଠାତା ମାର୍କସ ଲିମ୍‌ଙ୍କୁ ଭେଟି ବର୍ଜ୍ୟଜଳ ପରିଚାଳନା ପାଇଁ ଅଭିନବ ସମାଧାନ ଉପରେ ଆଲୋଚନା କରିଛନ୍ତି। ସେହିପରି ଏପି ମୋଲର ମାର୍ସକ ଗ୍ରୁପ୍‌ର ରେନେ ପିଲ୍ ପେଡେର୍ସନଙ୍କ ସହ ଓଡ଼ିଶାରେ ଏକ ଜାହାଜ ରିସାଇକ୍ଲିଂ କାରଖାନା, କଣ୍ଟେନର କାରଖାନା ସ୍ଥାପନ କରିବା ଓ ବନ୍ଦରଭିତ୍ତିକ ଶିଳ୍ପ ଭିତ୍ତିଭୂମି ବିକାଶ ନେଇ ଆଲୋଚନା ହୋଇଛି। ଓଡ଼ିଶା ଟିମ୍‌ ବୁଧବାର ସିଙ୍ଗାପୁରର ସନ୍‌ଟେକ୍ ସିଟି କନ୍‌ଭେନ୍‌ସନ୍ ଆଣ୍ଡ୍‌ ଏକ୍‌ଜିଭିସନ ସେଣ୍ଟର, ପିଏସ୍‌ଏ ହରାଇଜନ୍ ଓ ପିଇପି ଇନୋଭେସନ୍ ପ୍ରାଇଭେଟ୍ ଲିମିଟେଡ୍‌ ପରିଦର୍ଶନ କରିଛନ୍ତି।  ଓଡ଼ିଶାରେ ଏକ ଇଣ୍ଡଷ୍ଟ୍ରିଆଲ୍ ରେଫ୍ରିଜରେସନ୍ କାରଖାନା ତଥା ସିଫୁଡ୍‌ ଓ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ଯୋଜନାକୁ ନେଇ ‘ଫାନ୍ ବାଚ୍’ ସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା ହୋଇଛି।

ରାଜ୍ୟରେ ଗ୍ରିନ୍ ଆମୋନିଆ କାରଖାନା ସ୍ଥାପନ ଲାଗି ‘ଜେରା’ ସହ ଆଲୋଚନା କରାଯାଇଛି। ଗୋପାଳପୁରରେ ଏସିଏମ୍ଇ ପକ୍ଷରୁ ସ୍ଥାପନ କରାଯାଉଥିବା ଗ୍ରିନ୍ ଆମୋନିଆ କାରଖାନା ସମ୍ପର୍କରେ ଏସିଏମ୍‌ଇର ସହଯୋଗୀ ସଂସ୍ଥା ଆଇଏଚ୍‌ଆଇ ସହ ମଧ୍ୟ ସିଙ୍ଗାପୁରରେ ଆଲୋଚନା ହୋଇଛି। ଟଙ୍ଗଷ୍ଟନ୍ ଓ ‌ଫିଲ୍ଡସ୍ପାର୍‌ ଭଳି ଗୁରୁତ୍ବପୂର୍ଣ୍ଣ ଖଣିଜର ମୂଲ୍ୟଯୋଗ ସମ୍ପର୍କରେ ମାସନ୍ ହାଇ ଟେକ୍ ସହ କଥାବାର୍ତ୍ତା କରାଯାଇଛି। ରାଜ୍ୟରେ ଏକ ଇଣ୍ଡଷ୍ଟ୍ରିଆଲ୍ ଗ୍ୟାସ୍ କାରଖାନା ସ୍ଥାପନକୁ ନେଇ ଥିବା ସୁଯୋଗର ଅନୁଧ୍ୟାନ କରିବାକୁ ଏସିଇ ଗ୍ୟାସେସ୍‌କୁ କୁହାଯାଇଛି। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe