‌ଆଉ ନାହାନ୍ତି ‘ଫୁଲ ରସିଆ’ର ଗାୟିକା

Advertisment
‌ଆଉ ନାହାନ୍ତି ‘ଫୁଲ ରସିଆ’ର ଗାୟିକା

thequint.com

ଭୁବନେଶ୍ବର : ଆଉ ନାହାନ୍ତି ’ଫୁଲ ରସିଆରେ ମନ ମୋ ଛୁଇଁଛୁଇଁ ଯା... ଯାଆରେ’ର ଗାୟିକା ସନ୍ଧ୍ୟା ମୁଖାର୍ଜୀ। ୯୦ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କ ମୃତ୍ୟୁରେ ଭାରତୀୟ ସଂଗୀତ ଜଗତରେ ଅପୂରଣୀୟ କ୍ଷତି ଘଟିଛି। ମୁଖ୍ୟତଃ ସେ ବଙ୍ଗଳା ଭାଷାର ଗାୟିକା ହୋଇଥିଲେ ମଧ୍ୟ ଓଡ଼ିଆ ସମେତ ବହୁ ଆଞ୍ଚଳିକ ଭାଷାରେ ଗୀତ ଗାଇଛନ୍ତି।

୧୯୬୦ ମସିହାରେ ମୁକ୍ତିଲାଭ କରିଥିବା ‘ଶ୍ରୀଲୋକନାଥ’ ଚଳଚ୍ଚିତ୍ରର ‘ଫୁଲ ରସିଆରେ ମନ ମୋ ଛୁଇଁଛୁଇଁ ଯା... ଯାଆରେ’ ଗୀତଟିରେ କଣ୍ଠଦାନ କରି ସେ ଓଡ଼ିଆ ସଂଗୀତ ଜଗତକୁ ପ୍ରବେଶ କରିଥିଲେ। ନରସିଂହ ମହାପାତ୍ର ଗୀତଟିକୁ ରଚନା କରିଥିବା ବେଳେ ଗୀତଟିକୁ ସ୍ବରରେ ସଜାଇଥିଲେ ସଂଗୀତ ସୁଧାକର ବାଳକୃ୍ଷ୍ଣ ଦାଶ। ଗୀତଟି ମୁକ୍ତିଲାଭ କରିବା ପରେ ସନ୍ଧ୍ୟା ମୁଖାର୍ଜୀ ଓଡ଼ିଶାରେ ଘରେଘରେ ପାଲଟି ଯାଇଥିଲେ ଜଣେ ପରିଚିତ ଗାୟିକା।

ପରେ ‘ଲକ୍ଷ୍ମୀ’ ଚଳଚ୍ଚିତ୍ରରେ ‘ବକୁଳବନେ କୁହୁକୁହୁ ତାନେ’ ଏବଂ ‘ଆଉ ଚାନ୍ଦ ଲାଗି କୁମୁଦ’, ‘ମହାଲକ୍ଷ୍ମୀ ପୂଜା’ରେ ‘ମୋର ମନ ସିନା କେହି ଜାଣେନା’ ଏବଂ ‘ଜାଗ ବରଦା ଗୋ’, ‘କା’ ଚଳଚ୍ଚିତ୍ରରେ ‘ଲିଭିଲିଭି ଯାଏ ଆଖି ଲୁହ ଧାରା’ ଭଳି ଗୀତ ଗାଇ ଓଡ଼ିଆ ସଂଗୀତ ପ୍ରେମୀଙ୍କ ହୃଦୟରେ ଘର କରିପାରିଥିଲେ। ସୂଚନାଯୋଗ୍ୟ ଯେ, ଜାନୁଆରି ମାସର ଶେଷ ସପ୍ତାହରେ କୋଭିଡ ସଂକ୍ରମିତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ‘ପଦ୍ମଶ୍ରୀ’ ପୁରସ୍କାର ନେବାକୁ ମନା କରିଦେଇ ସେ ଜାତୀୟ ଖବରକାଗଜର ପୃଷ୍ଠା ମଣ୍ଡନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe