ପିଜି ନାମଲେଖା ପାଇଁ ଏଥର ଏକକ ପ୍ରବେଶିକା ପରୀକ୍ଷା, ଅଗଷ୍ଟ ୧୨ରୁ ୩୧ ଯାଏ ଆବେଦନ

ଜେଇଇ ମେନ୍‌ ଯୋଗ୍ୟତା ମାନଦଣ୍ଡ କୋହଳ

www.india.com

ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ପ୍ରବେଶିକା ପରୀକ୍ଷା
ଅକ୍ଟୋବର ୨୫ରେ ମେରିଟ୍‌ ଲିଷ୍ଟ, ଡିସେମ୍ବର ୧ରୁ ପାଠପଢ଼ା

ଭୁବନେଶ୍ବର : ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକର ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। କରୋନା ମହାମାରୀ ଭିତରେ ଏଥରକ ଏକକ ପ୍ର‌ବେଶିକା ପରୀକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ହୋଇଛି। ପ୍ରବେଶିକା ପରୀକ୍ଷା ଲାଗି ଅଗଷ୍ଟ ୧୨ତାରିଖ ଅପରାହ୍‌ଣ ୨ଟାରୁ ୩୧ତାରିଖ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀ www.samsodisha.gov.in କିମ୍ବା http://www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ସେପ୍ଟେମ୍ବର ୨୦ରେ ଇ-ସ୍ପେସ୍‌ରେ ହଲ୍‌ ଟିକେଟ୍‌ ଉପଲବ୍ଧ ହେବ ଏବଂ ଆବେଦନକାରୀ ସେଠାରୁ ନିଜର ହଲ୍‌ ଟିକେଟ୍‌ ଡାଉନ୍‌ଲୋଡ୍‌ କରି‌ପାରିବେ।

ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ସାରା ରାଜ୍ୟରେ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଅକ୍ଟୋବର ୧୦ ପର୍ଯ୍ୟନ୍ତ ଆବେଦନକାରୀ ଗ୍ରାଜୁଏସନ(ସ୍ନାତକ) ମାର୍କ ଦାଖଲ କରିପାରିବେ। ଅକ୍ଟୋବର ୨୦ ସୁଦ୍ଧା ପ୍ରବେଶିକା ପରୀକ୍ଷା ପରିଚାଳନା କରୁଥିବା ରାଜ୍ୟର ୩ଟି ଯାକ ବିଶ୍ବବିଦ୍ୟାଳୟ ‘ଓକାକ୍‌’କୁ ପ୍ରବେଶିକା ପରୀକ୍ଷା ମାର୍କ ହସ୍ତାନ୍ତର କରିବେ। ୨୫ ଅକ୍ଟୋବରରେ ମେରିଟ୍‌ ଲିଷ୍ଟ ତଥା ମେଧା ତାଲିକା ପ୍ରକାଶ କରାଯିବ। ପିଜି ପାଠ୍ୟକ୍ରମରେ ଶିକ୍ଷା ଦେଉଥିବା ସରକାରୀ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକ ନଭେମ୍ବର ୨୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବେ। ଡିସେମ୍ବର ପହିଲାରୁ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପରୀକ୍ଷା ସମ୍ପର୍କରେ ଅଧିକ ଜାଣିବା ଲାଗି ଛାତ୍ରଛାତ୍ରୀ ଇ-ଆଡମିସନ୍‌ ‘ସ‌ଂଯୋଗ’ ହେଲ୍‌ପଲାଇନ୍‌ ନମ୍ବର (୧୫୫୩୩୫/୧୮୦୦-୩୪୫-୬୭୭୦)ରେ ଯୋଗାଯୋଗ କରିପାରିବେ। ଯେଉଁ ସ୍ନାତକ ଛାତ୍ରଛାତ୍ରୀଙ୍କର ଶେଷ ‌ସେମିଷ୍ଟର୍‌ ପରୀକ୍ଷା ଫଳ ପ୍ରକାଶ ପାଇ ନଥିବ, ସେମାନେ ବି ପ୍ରବେଶିକା ପରୀକ୍ଷା ଲାଗି ଅନ୍‌ଲାଇନ୍‌ରେ କମନ୍‌ ଆପ୍ଲିକେସନ୍‌ ଫର୍ମ ମାଧ୍ୟମରେ ଆବେଦନ କରିପାରିବେ। ତେବେ ଚୂଡ଼ାନ୍ତ ରାଜ୍ୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବା ପୂର୍ବରୁ ସେମାନଙ୍କୁ ସ୍ନାତକ ମାର୍କ ଦାଖଲ କରିବାକୁ ହେବ। ଯେଉଁମାନେ ନିର୍ଦ୍ଧାରିତ ସମୟ ସୁଦ୍ଧା ମାର୍କ ଦାଖଲ କରିବେ ନାହିଁ, ସେମାନଙ୍କ ଆବେଦନକୁ ଗ୍ରହଣ କରାଯିବ ନାହିଁ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe