ସରିଲା ଏକକ ପିଜି ପ୍ରବେଶିକା ପରୀକ୍ଷା

Advertisment
ଅନ୍‌ଲାଇନ୍‌ରେ ୟୁଜି ଓ ପିଜି ପରୀକ୍ଷା, ଉଚ୍ଚଶିକ୍ଷା ବିଭାଗର ଗାଇଡ୍‌ଲାଇନ୍‌

Image Courtesy of India TV News

ଭୁବନେଶ୍ବର : ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଅନୁଷ୍ଠିତ ହେଉଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା ଆଜି ଶେଷ ହୋଇଛି। ୬୮ଟି ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ହୋଇଥିବା ଏହି ପ୍ରବେଶିକା ପରୀକ୍ଷା ଦେବାକୁ ୬୩ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ପାଖାପାଖି ୪୯ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

ପରୀକ୍ଷା ଶେଷ ହେବା ସହ ଉତ୍ତର ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ବିଷୟର ଉତ୍ତର ଖାତା ମୂଲ୍ୟାୟନ ଶେଷ ହୋଇ ନଭେମ୍ବର ୨ ସୁଦ୍ଧା ଉତ୍କଳ ବିଶ୍ବବିଦ୍ୟାଳୟ ସଂଯୋଜନାରେ ଓକାକ୍‌ ନିକଟରେ ମାର୍କ ଦାଖଲ କରାଯିବ। ନଭେମ୍ବର ୫ ତାରିଖ ରାତି ୧୧ଟା ୪୫ ସୁଦ୍ଧା ଯୁକ୍ତ୩ (ସ୍ନାତକ) ଶେଷ ବର୍ଷ ଛାତ୍ରଛାତ୍ରୀ ସେମାନଙ୍କ ମାର୍କ ସାମ୍‌ସ ପୋର୍ଟାଲରେ ଅପଲୋଡ୍‌ କରିବେ। ନଭେମ୍ବର ୧୦‌ରେ ଏକକ ମେଧା ତାଲିକା ପ୍ରକ‌ାଶ ପାଇବ ଏବଂ ୩୦ ତାରିଖ ସୁଦ୍ଧା ସମସ୍ତ ୬୮ଟି ଶିକ୍ଷାନୁଷ୍ଠାନରେ ନାମଲେଖା ଶେଷ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe