Image Courtesy of Latest News Headlines
ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ଏକକ ପିଜି ପ୍ରବେଶିକା ପରୀକ୍ଷା(ସିପିଇଟି) ଅନୁଷ୍ଠିତ ହୋଇଛି। ତେବେ କେତେକ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ନାତକ ପାଠ୍ୟକ୍ରମର ପରୀକ୍ଷା ଫଳ ପ୍ରକାଶ କରି ପାରି ନଥିବାରୁ ବହୁ ଛାତ୍ରଛାତ୍ରୀ ନିର୍ଦ୍ଧାରିତ ସମୟ ନଭେମ୍ବର ୫ ତଥା ଆଜି ସୁଦ୍ଧା ସାମ୍ସ ପୋର୍ଟାଲରେ ମାର୍କ ଦାଖଲ କରିପାରି ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାର୍କ ଦାଖଲ ସମୟସୀମାକୁ ବଢ଼ାଯିବା ସହ ନାମଲେଖା ପ୍ରକ୍ରିୟାରେ କେତେକ ପରିବର୍ତ୍ତନ କରାଯାଇଛି।
ନଭେମ୍ବର ୧୦ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଗ୍ରାଜୁଏସନ୍(ସ୍ନାତକ) ମାର୍କ ସାମ୍ସ ପୋର୍ଟାଲରେ ଦାଖଲ କରିପାରିବେ। ସେହିପରି ୧୦ ତାରିଖରେ ପ୍ରକାଶ ପାଇବାକୁ ଥିବା ମେରିଟ୍ ଲିଷ୍ଟ ତଥା ମେଧା ତାଲିକା ୧୬ ତାରିଖରେ ପ୍ରକାଶ ପାଇବ। ଡିସେମ୍ବର ୧୦ ସୁଦ୍ଧା ପିଜି ପାଠ୍ୟକ୍ରମରେ ଶିକ୍ଷାଦାନ କରୁଥିବା ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜରେ ନାମଲେଖା ପ୍ରକ୍ରିୟା ଶେଷ ହେବ ବୋଲି ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।
Follow Us