ମନ୍ଦିରରୁ ଫେରୁଥିଲେ ବରିଷ୍ଠ ନାଗରିକ, ଆକ୍ରମଣ କରି ଲୁଟିଲେ ଦୁର୍ବୃତ୍ତ

Advertisment
ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

ବୌଦ୍ଧ: ମନ୍ଦିରରୁ ଫେରୁଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ପୋଡ଼ାପଡ଼ାର ଘାସିରାମ ଅଗ୍ରୱାଲା ହନୁମାନ ମନ୍ଦିରରେ ଦର୍ଶନ କରି ବୁଧବାର ସଂଧ୍ୟାରେ ଘରକୁ ଫେରୁଥିଲେ। ରାସ୍ତାରେ ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ତାଙ୍କ ପାଖରେ ଥିବା ମୋବାଇଲ ଫୋନ୍‌, ଟଙ୍କା ଓ ପିନ୍ଧିଥିବା ସୁନା ଚେନ ଛଡ଼ାଇ ନେଇ ଫେରାର ମାରିଥିଲେ। କିଛି ପଥଚାରୀ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe