ପ୍ରତାପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ପ୍ରତାପୁର ପଞ୍ଚାୟତର କିଛି ଯୁବକ ସଂଗଠିତ ହୋଇ ପ୍ରଶଂସନୀୟ ସେବାକାର୍ଯ୍ୟ କରି ଏବେ ଚର୍ଚ୍ଚାରେ। ବାହାରେ ରହି ବିଭିନ୍ନ କର୍ମକ୍ଷେତ୍ରରେ ନିଯୁକ୍ତ ଥିବା ପଞ୍ଚାୟତର ଏହି ଯୁବକମାନେ ଏକାଠି ହୋଇ କିଛି ଅର୍ଥ ସଂଗ୍ରହ କରି ପଞ୍ଚାୟତର ଶତାଧିକ ବୃଦ୍ଧବୃଦ୍ଧାଙ୍କୁ ନିଜ ଦାୟିତ୍ବରେ ସାଙ୍ଗରେ ନେଇ ଶ୍ରୀକ୍ଷେତ୍ର ବୁଲାଇ ଆଣିବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ଲକ୍ର ପ୍ରତାପୁର ଓ କୁଡୁତାଇ ପଂଚାୟତର ବିଭିନ୍ନ ଗ୍ରାମରୁ ୧୧୦ ଜଣ ବରିଷ୍ଠ ନାଗରିକଙ୍କୁ ଦୁଇଟି ବସ୍ ଯୋଗେ ପୁରୀ ଶ୍ରୀମନ୍ଦିର ନେଇ ଠାକୁରଙ୍କ ଦର୍ଶନ କରାଇବା ସହ ଚନ୍ଦ୍ରଭାଗା, କୋଣାର୍କ, ରାମଚଣ୍ଡି ପ୍ରଭୃତି ସ୍ଥାନ ବୁଲାଇ ଆଣି ନିଜ ନିଜ ଘରେ ଛାଡ଼ିବା ବ୍ୟବସ୍ଥା କରିଥିଲେ। ଯୁବଗୋଷ୍ଠୀ ସେମାନଙ୍କ ଖାଇବା, ପିଇବା, ରହିବା ବ୍ୟବସ୍ଥା କରିବା ସହିତ ଶୀତବସ୍ତ୍ର ମଧ୍ୟ ପ୍ରଦାନ କରିଥିଲେ। ଯୁବକଙ୍କ ଏଭଳି ପ୍ରୟାସକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି। ଗତବର୍ଷ ମଧ୍ୟ ଯୁବକମାନେ ଶତାଧିକ ଲୋକଙ୍କୁ ଶ୍ରୀକ୍ଷେତ୍ର ଦର୍ଶନ କରାଇଥିଲେ।
ନିଜସ୍ବ ଉଦ୍ୟମରେ ଶତାଧିକ ବରିଷ୍ଠ ନାଗରିକଙ୍କୁ ତୀର୍ଥ କରାଇଲେ ଗଂଜାମର ଏହି ଯୁବଗୋଷ୍ଠୀ
Advertisment
Follow Us