ପରଲୋକରେ ସିଦ୍ଧାର୍ଥ ଦାସ

Advertisment
ପରଲୋକରେ ସିଦ୍ଧାର୍ଥ ଦାସ

ଭୁବନେଶ୍ବର/ଭୋଗରାଇ : ବିଶିଷ୍ଟ ଐତିହାସିକ ଓ ପୂର୍ବତନ ସାଂସଦ ଡ. ମନ୍ମଥ ନାଥ ଦାସଙ୍କ ପୁତ୍ର ତଥା ବିଶିଷ୍ଟ କଥାକାର ମନୋଜ ଦାସଙ୍କ ପୁତୁରା ସିଦ୍ଧାର୍ଥ ଦାସଙ୍କର ଆଜି ସକାଳେ ଭୁବନେଶ୍ୱର ସତ୍ୟନଗରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ରଂଜିତା ଦାସ, ବଡ଼ ଝିଅ ବିଦିଶା ଦାସ, ବଡ଼ ଜ୍ବାଇଁ ପ୍ରଶାନ୍ତ ପରିଡ଼ା, ସାନଝିଅ ଦିବ୍ୟାଶା ଦାସ ଓ ଜ୍ବାଇଁ କୃ‌ଷ୍ଣେନ୍ଦୁ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଆମେରିକାରେ ରହୁଥିବା ପୁଅ ସମ୍ରାଟ ଶିଳାଦିତ୍ୟ ଦାସ ଆସିବା ପରେ ସ୍ବର୍ଗତ ଦାସଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ସ୍ବର୍ଗତ ଦାସ ବିଭିନ୍ନ ପତ୍ରପତ୍ରିକା ପାଇଁ ଲେଖାଲେଖି କରୁଥିଲେ। ଇଂରାଜୀ ପୁସ୍ତକ ‘ଆକ୍ସିଡେଣ୍ଟ୍‌ ଆଣ୍ଡ୍‌ ଅଦର୍‌ ଷ୍ଟୋରିଜ୍‌’ ଓ ଓଡ଼ିଆ ପୁସ୍ତକ ‘ମନ୍ଦାକିନୀର ତୃଷ୍ଣା’ ତାଙ୍କର ସାରସ୍ବତ କୃତି। ଉତ୍କଳ ବିଶ୍ବବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ। ଗତ ୩ ବର୍ଷ ହେଲା ବିଭିନ୍ନ ରୋଗରେ ପୀଡ଼ିତ ହୋଇ ସେ ଶଯ୍ୟାଶାୟୀ ଥିଲେ। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ଜନ୍ମମାଟି ବାଲେଶ୍ବର ଜିଲ୍ଲା ଭୋଗରାଇରେ ଶୋକର ଛାୟା ଖେଳି ଯାଇଛି। ଭୋଗରାଇ ବିଧାୟକ ଅନନ୍ତ ଦାସ, ପୂର୍ବତନ ବିଧାୟକ ସୁଶାନ୍ତ ଚାନ୍ଦ, ତାଙ୍କ କକା ଶିକ୍ଷାବିତ ସୁବାସ ଦାସ, ସନ୍ତୋଷ ପାତ୍ର, ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe