କଟକ : ଶିଶୁଭବନ ହୋଇପାରେ ସଂକ୍ରମିତ

Advertisment

ୱାର୍ଡରେ ସଂକ୍ରମିତ ଶିଶୁର ଚିକିତ୍ସା, ଆଉଟ୍‌ଡୋର୍‌କୁ ଆସିଥିବା ଶିଶୁ ସଂକ୍ରମିତ

ୱାର୍ଡରେ ସଂକ୍ରମିତ ଶିଶୁର ଚିକିତ୍ସା, ଆଉଟ୍‌ଡୋର୍‌କୁ ଆସିଥିବା ଶିଶୁ ସଂକ୍ରମିତ

କଟକ : ଶିଶୁଭବନ ହୋଇପାରେ ସଂକ୍ରମିତ

Newsmobile

କଟକ : ଶିଶୁଭବନକୁ ଆସୁଥିବା ଶିଶୁଙ୍କ ଜ୍ବର, କାଶ, କଫ, ଥଣ୍ଡା କିମ୍ବା ଟ୍ରାଭେଲ୍ ହିଷ୍ଟ୍ରି ଥିଲେ ସେମାନଙ୍କୁ ସାଧାରଣ ୱାର୍ଡରେ ଅନ୍ୟ ଶିଶୁଙ୍କ ସହିତ ଆଦୌ ଚିକିତ୍ସା କରା ନଯିବାକୁ ନିଷ୍ପତ୍ତି କଡ଼ାକଡ଼ି ହୋଇଥିଲା। କିନ୍ତୁ ଏ ପ୍ରକାର ନିଷ୍ପତ୍ତି ଏଡ଼ାଇ ଦ୍ବିତୀୟଥର ଭୁଲ୍‌ କଲା ଶିଶୁଭବନ। ବିନା କୋଭିଡ ପରୀକ୍ଷା କିମ୍ବା ଟ୍ରାଭେଲ୍ ହିଷ୍ଟ୍ରି ଯାଞ୍ଚରେ ବଡ଼ ମେଡିକାଲର ଏକ ନବଜାତ ଶିଶୁକୁ ଶିଶୁଭବନ କର୍ତ୍ତୃପକ୍ଷ ସିଧାସଳଖ ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରିଥିଲେ। ଭର୍ତ୍ତି କରିବା ପରେ ଶିଶୁଟିର ମା’ କରୋନା ପଜିଟିଭ ଚିହ୍ନଟ ହୋଇଛି। ତେବେ ତରବରିଆ ଭାବେ ନିଜ ଦୋଷ ଘୋଡ଼ାଇବା ପାଇଁ ଶିଶୁଟିକୁ ୱାର୍ଡରୁ ଡିସ୍‌ଚାର୍ଜ କରିଦିଆଯାଇଛି। ଅନ୍ୟପକ୍ଷରେ, ଆଉଟ୍‌ଡୋର୍‌କୁ ଆସିଥିବା ଜଣେ ଶିଶୁ ପଜିଟିଭ୍‌ ଥିବା ଜଣାପଡ଼ିଛି।

publive-image Sambad English

ସୂଚନା ଅନୁସାରେ, ଶିଶୁଭବନକୁ ବଡ଼ ମେଡିକାଲରୁ ଏକ ନବଜାତ ଶିଶୁ ଆସିଥିଲା। ଏସ୍‌ଏନ୍‌ସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମା’ କରୋନା ସଂକ୍ରମିତ ବୋଲି ଜଣାପଡ଼ିଥିଲା। ଶିଶୁଭବନ କର୍ତ୍ତୃପକ୍ଷ ତରବରିଆ ଭାବେ ଶନିବାର ସକାଳ ୮ଟା ୩୦ ବେଳେ ଏସ୍‌ଏନ୍‌ସିୟୁରୁ ତାକୁ ଡିସଚାର୍ଜ କରିଦେଇଥିଲେ। ଯେଉଁ ଶିଶୁ ଏସ୍‌ଏନ୍‌ସିୟୁକୁ ଯିବ ସିଏ ନ୍ୟୁ ମେଡିକାଲ୍ ୱାର୍ଡରେ ପଶି ଶିଡ଼ି ବାଟେ ଦେଇ ଏସଏନସିୟୁକୁ ଯିବ। ଏସ୍‌ଏନ୍‌ସିୟୁ ସାନିଟାଇଜ୍ ହୋଇଥିବା କରାଯାଇଥିବା ବେଳେ ୱାର୍ଡରେ ବର୍ତ୍ତମାନ ସୁଦ୍ଧା ସାନିଟାଇଜ୍ କରାଯାଇନାହିଁ। ଗୋଟିଏ ପଟେ ବଡ଼ ମେଡିକାଲରେ ଯେଭଳି ଢଙ୍ଗରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଲାଣି, ସେଠାରୁ ଶିଶୁଭବନକୁ ଆସୁଥିବା ନବଜାତ ଶିଶୁଙ୍କର ବିନା ଟ୍ରାଭେଲ ହିଷ୍ଟ୍ରି ଯାଞ୍ଚରେ ହସ୍‌ପିଟାଲ କର୍ତ୍ତୃପକ୍ଷ ସିଧାସଳଖ ୱାର୍ଡରେ ଭର୍ତ୍ତି କରିଦେବା ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ଏହାପୂବର୍ରୁ ଶିଶୁଭବନରେ ଗଲା ଏପ୍ରିଲ ୪ ତାରିଖରେ ଭଦ୍ରକର ଦୁଇଟି ପରିବାରର ଦୁଇଟି କରୋନା ଲକ୍ଷଣ ଥିବା ଶିଶୁଙ୍କୁ ପୁରୁଣା ମେଡିକାଲ୍ ୱାର୍ଡ ଏବଂ ଡାଇରିଆ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ଯାଞ୍ଚ ନକରି କର୍ତ୍ତୃପକ୍ଷ ସିଧାସଳଖ ହସ୍‌ପିଟାଲରେ ଭର୍ତ୍ତି କରିଦେଇଥିଲେ। ତେବେ ୨୪ ଘଣ୍ଟା ପରେ ଘଟଣା ସାମ୍‌ନାକୁ ଆସିବା ପରେ ତରବରିଆ ଭାବେ ହସ୍‌ପିଟାଲରୁ ସେମାନଙ୍କୁ ଡିସ୍‌ଚାର୍ଜ କରିଦିଆଯାଇଥିଲା।

ଅନ୍ୟପକ୍ଷରେ, ୨ ଦିନ ତଳେ ଆଉଟ୍‌ଡୋର୍‌କୁ ଆସିଥିବା ସାଲେପୁର ବ୍ଲକ୍‌ ଅନ୍ତର୍ଗତ ମୁତାରିଫା ପଂଚାୟତର ଜଣେ ଶିଶୁର ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଆଜି ତାଙ୍କ ରିପୋର୍ଟ ଥିବା ପଜିଟିଭ୍‌ ଆସିଥିବା ଶିଶୁଭବନର ଅଧୀକ୍ଷକ ପ୍ରଫେସର ଡା. ସରୋଜ ଶତପଥୀ କହିଛନ୍ତି। ଏହା ଜଣାପଡ଼ିବା ପରେ ଶିଶୁଭବନରେ ଆତଙ୍କ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe