ସବୁ ବିଦ୍ୟାଳୟରେ ପହଞ୍ଚିବ ‘ଶିଶୁଲେଖା’

ପ୍ରଥମ ପର୍ଯ୍ୟାୟରେ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ୪୧ ବ୍ଲକ୍‌କୁ ଗଲା

ସବୁ ବିଦ୍ୟାଳୟରେ ପହଞ୍ଚିବ ‘ଶିଶୁଲେଖା’

APKFab

ଭୁବନେଶ୍ୱର : ଶିଶୁ ପତ୍ରିକା ଶିଶୁଲେଖାକୁ ସବୁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ କରାଯାଉଛି। ଆଜି ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଓସେପାଙ୍କ ମିଳିତ ଆନୁକୂଲ୍ୟରେ ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଓ ଓସେପାର ନିର୍ଦ୍ଦେଶକ ଅନୁପମ ଶାହାଙ୍କ ଦ୍ବାରା ଶିଶୁଲେଖା ପତ୍ରିକାକୁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

କାର୍ଯ୍ୟକ୍ରମରେ ଓସେପାର ଉପନିର୍ଦ୍ଦେଶିକା ଆରତି ରାଉତ, ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଓ ଫଣୀନ୍ଦ୍ର ଭୂଷଣ ନନ୍ଦ ଉପସ୍ଥିତ ଥିଲେ। ଶିଶୁଲେଖାକୁ ଓଡ଼ିଶାର ୫୦ ହଜାର ବିଦ୍ୟାଳୟରେ ବଣ୍ଟନ କରିବା କାର୍ଯ୍ୟକ୍ରମ ରହିଛି। ରାଜ୍ୟର ୩୧୪ ବ୍ଲକ ଶିକ୍ଷା ଅଧିକାରୀମାନଙ୍କ ନିକଟକୁ ସେମାନଙ୍କ ଅଧୀନରେ ଥିବା ବିଦ୍ୟାଳୟ ସମୂହ ପାଇଁ ଶିଶୁଲେଖା ପ୍ରେରଣ କରାଯିବାର ବନ୍ଦୋବସ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ୪୧ଟି ବ୍ଲକକୁ ଶିଶୁଲେଖା ଆଜି ପ୍ରେରଣ କରାଯାଇଛି। ପ୍ରତି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଶିଶୁଲେଖାର ବିଷୟଗୁଡ଼ିକ ପଠନ କରାଯାଇ ଆଲୋଚନା କରାଯିବ। ଏ ସଂପର୍କରେ ଉଚିତ୍ ପଦକ୍ଷେପ ନେବା ପାଇଁ ଜିଲ୍ଲା ଶିକ୍ଷା‌ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe