ଶିଶିର ରଥ ନୂଆ ପିସିସିଏଫ୍‌

Advertisment
ଶିଶିର ରଥ ନୂଆ ପିସିସିଏଫ୍‌

ଭୁବନେଶ୍ବର : ଆଇଏଫଏସ ଅଧିକାରୀ ଶିଶିର କୁମାର ରଥଙ୍କୁ ରାଜ୍ୟର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀ ରଥ ପିସିସିଏଫ ସହ ଫରେଷ୍ଟ ଫୋର୍ସର ମୁଖ୍ୟ ଭାବେ ମଧ୍ୟ ଦାୟିତ୍ୱରେ ରହିବେ। ଶ୍ରୀ ରଥ ଏହା ପୂର୍ବରୁ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟରେ ଏଡିଜିଏଫ୍‌(ଏଫସି) ଭାବେ କାର୍ଯ୍ୟ କରୁଥିଲେ।

କେନ୍ଦ୍ରୀୟ ଡେପୁଟେସନରେ ଥିବା ସମୟରେ ଶ୍ରୀ ରଥ ଆଇସିଏଫ୍‌ଆରଇ, ଆଇପିଆଇଆରଟିଆଇ, ଆଇଆଇଏଫ୍‌ଏମ୍‌, ଏଫ୍‌ଏସ୍‌ଆଇ ପରି କେନ୍ଦ୍ରୀୟ ଗବେଷଣା ଓ ତାଲିମ ପ୍ରତିଷ୍ଠାନରେ କାର୍ଯ୍ୟ କରିବା ସହ କାମ୍ପାର ସିଇଓ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବରେ ରହିଥିଲେ। କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟର ନମାମି ଗଙ୍ଗା କାର୍ଯ୍ୟକ୍ରମର ଉପ ମହାନିର୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ପୂର୍ବରୁ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ, ସ୍ମାର୍ଟ ସିଟି ମିସନର ରାଜ୍ୟ ମିସନ ନିର୍ଦେଶକ ପରି ଗୁରୁତ୍ବପୂର୍ଣ୍ଣ ପଦବିରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି। ସୂଚନାଯୋଗ୍ୟ ଯେ ଗତ ଜାନୁଆରି ମାସରେ ସନ୍ଦୀପ ତ୍ରିପାଠୀଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଜିତେନ୍ଦ୍ର କୁମାର ଭାରପ୍ରାପ୍ତ ପିସିସିଏଫ୍‌ ଦାୟିତ୍ବରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe