ଦୁର୍ଘଟଣାରେ ଭଉଣୀ ମୃତ, କନକ ନ୍ୟୁଜ୍‌ ପ୍ରତିନିଧି ଗୁରୁତର

Advertisment

କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଦଳଅନ୍ତା ଛକ ନିକଟରେ ଆଜି ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ମହିଳାଜଣକ ପାରାଦୀପ କନକ ନ୍ୟୁଜ୍‌ ପ୍ରତିନିଧି ରଶ୍ମିରଞ୍ଜନ...

କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଦଳଅନ୍ତା ଛକ ନିକଟରେ ଆଜି ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ମହିଳାଜଣକ ପାରାଦୀପ କନକ ନ୍ୟୁଜ୍‌ ପ୍ରତିନିଧି ରଶ୍ମିରଞ୍ଜନ...

daxzxzs

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅନ୍ତର୍ଗତ ଦଳଅନ୍ତା ଛକ ନିକଟରେ ଆଜି ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ମହିଳାଜଣକ ପାରାଦୀପ କନକ ନ୍ୟୁଜ୍‌ ପ୍ରତିନିଧି ରଶ୍ମିରଞ୍ଜନ ରାଉତରାୟଙ୍କ ଭଉଣୀ ବୋଲି ଜଣାପଡ଼ିଛି। ଦୁର୍ଘଟଣାରେ ରଶ୍ମିରଞ୍ଜନଙ୍କ ସମେତ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଦିନ ପ୍ରାୟ ସାଢ଼େ ୧୨ଟାରେ ରଶ୍ମିରଞ୍ଜନ ନିଜ ହୋଣ୍ଡା ସାଇନ୍‌ ବାଇକ୍‌ରେ ଭଉଣୀ ରଶ୍ମିତା ସ୍ବାଇଁ (୪୫) ଓ ୬ବର୍ଷର ଭଣଜାକୁ ବସାଇ ଗରଦପୁର ବ୍ଲକ୍‌ ବଡ଼ବେତରା ପଞ୍ଚାୟତର ପ୍ରଧାନପାଟକିରାସ୍ଥିତ ଘରକୁ ଫେରୁଥିଲେ।

ହୁରାସାହି-ମେହେନ୍ଦୀନଗର କେନାଲବନ୍ଧ ରାସ୍ତାର ଦଳଅନ୍ତା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ରଶ୍ମିରଞ୍ଜନ ଓ ତାଙ୍କ ଭଉଣୀ ରଶ୍ମିତା ତଳେ ପଡ଼ିଯାଇଥିଲେ। ମୁଣ୍ଡ ପଛପଟେ ଗୁରୁତର ଆଘାତ ଲାଗିବାରୁ ରଶ୍ମିତା ଅଚେତ୍‌ ହୋଇଯାଇଥିଲେ। ଦୁର୍ଘଟଣାରେ ରଶ୍ମିରଞ୍ଜନ, ତାଙ୍କ ଭଣଜା ଓ ଅନ୍ୟ ବାଇକ୍‌ର ଚାଳକ ମଧୢ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ରଶ୍ମିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା ବେଳେ ୬ବର୍ଷର ପୁଅ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ରଶ୍ମିଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। କୁଦାନଗରୀ ପୁଲିସ ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ୍‌କୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe