ପଡ଼ୋଶୀ ଘରୁ ଟିଭି ଦେଖି ଫେରୁଥିଲା ନାବାଳିକା ଶାଳୀ, ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କଲା ଭିଣୋଇ!

Advertisment
ପଡ଼ୋଶୀ ଘରୁ ଟିଭି ଦେଖି ଫେରୁଥିଲା ନାବାଳିକା ଶାଳୀ, ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କଲା ଭିଣୋଇ!

ବେତନଟୀସଦର: ପଡ଼ୋଶୀ ଘରୁ ସନ୍ଧ୍ୟା ସମୟରେ ଟିଭି ଦେଖି ଘରକୁ ଫେରୁଥିବା ବେଳେ ନାବାଳିକା ଶାଳୀ ଦୁଷ୍କର୍ମର ଶିକାର ହୋଇଛି। ମୟୂରଭଂଜ ଜିଲ୍ଲା ବେତନଟୀ ବ୍ଲକ ବୈଶିଙ୍ଗା ଥାନା ଅଞ୍ଚଳରୁ ସଂପର୍କୀୟ ଭିଣୋଇଙ୍କ ନାମରେ ଏଭଳି ଅଭିଯୋଗ ଆସିଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲା ଗାଁର ପୁନ ସିଂ (୩୫)।

ପ୍ରାପ୍ତ ସୂଚନା ଅନୁଯାଇ ବୈଶିଙ୍ଗା ଥାନା ଇଲାକାର ଜନୈକା ୧୬ ବର୍ଷ ବୟସର ନାବାଳିକା ଶାଳୀ ପଡ଼ୋଶୀ ଘରକୁ ଟିଭି ଦେଖିବାକୁ ଯାଇଥିଲା। ସନ୍ଧ୍ୟା ସମୟରେ ସେ ଘରକୁ ଫେରୁଥିବା ବେଳେ ସମ୍ପର୍କୀୟ ଭିଣୋଇର ଶିକାର ହୋଇଥିଲା। ଅଭିଯୁକ୍ତ ଭିଣୋଇ ନାବାଳିକାର ପାଟିକୁ ଚାପିଧରି ପାଖରେ ଥିବା ଏକ ଜଳାଶୟ ପଛପଟକୁ ଉଠାଇ ନେଇଥିଲା। ସେଠାରେ ସେ ଦୁଷ୍କର୍ମ କରିବା ସହିତ ଘଟଣା ବାବଦରେ କାହା ଆଗରେ ପ୍ରକାଶ ନକରିବାକୁ ପୀଡ଼ିତାଙ୍କୁ ଧମକ ଦେଇଥିଲା।

ଏନେଇ ଗାଁରେ ବୈଠକ ବସିଥିଲେ ସୁଦ୍ଧା ସମାଧାନର କୌଣସି ବାଟ ବାହାରି ପାରିନଥିଲା। ଶେଷରେ ପୀଡିତାଙ୍କ ପରିବାର ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଥିଲେ। ଏତଲା କ୍ରମେ ପୁଲିସ ବିଭିନ୍ନ ଦଫାରେ ଏକ ମାମଲା ରୁଜୁକରି ମଙ୍ଗଳବାର ଅଭିଯୁକ୍ତ ସମ୍ପର୍କୀୟ ଭିଣୋଇକୁ ଗିରଫ କରିଛି। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତକୁ ବାରିପଦାସ୍ଥିତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe