ଶିଶୁ ଭବନରେ ଅବ୍ୟବସ୍ଥା: ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

Advertisment
ଶିଶୁ ଭବନରେ ଅବ୍ୟବସ୍ଥା: ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ : କଟକ ଶିଶୁ ଭବନରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବା ଦର୍ଶାଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ସମାଜସେବୀ ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କୁ ମାଗଣାରେ ଔଷଧ ବଣ୍ଟନ କରିବା ପାଇଁ ଯୋଜନା କରିଥିବା ବେଳେ ଶିଶୁ ଭବନରେ କିନ୍ତୁ ଏହି ଯୋଜନା ଠିକ ଢଙ୍ଗରେ କାର୍ଯ୍ୟକାରୀ ହେଉ ନାହିଁ। ଅନେକ ସମୟରେ ଶିଶୁ ଭବନରେ ଚିକିତ୍ସିତ ରୋଗୀଙ୍କ ପାଇଁ ବାହାରୁ ପରିଜନମାନେ ଔଷଧ କିଣିବାକୁ ବାଧ୍ୟ ହେଉଛନ୍ତି। ଶିଶୁ ଭବନରେ ଠିକ୍‌ ଭାବେ ସଫେଇ କରାଯାଉ ନାହିଁ। ଶିଶୁଭବନରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା, ଔଷଧ ଓ ଅନ୍ୟାନ୍ୟ ସେବା ଯୋଗାଇ ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳାନ କରୁଛନ୍ତି। ମାମଲାରେ ସ୍ୱାସ୍ଥ୍ୟ ସଚିବ, ନିର୍ଦ୍ଦେଶକ, ଆଇନ ସଚିବ ଓ ମେଡିକାଲ ଅଧୀକ୍ଷକଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe