the news room
କଟକ: ଯଦି ରାଜ୍ୟ ଭିଜିଲାନ୍ସ ବିଭାଗ କୌଣସି ଅଧିକାରୀଙ୍କ ଆୟ ବର୍ହିଭୂତ ସଂପତ୍ତି ଠାବ କରେ ତେବେ ତାହାକୁ ଇଡି ବାଜ୍ୟାପ୍ତି କରି ପାରିବ। ଆୟକର ବିଭାଗ ତାଙ୍କଠାରୁ ଟିକସ ଆଦାୟ କରି ପାରିବ। ଦେଶରେ କଳା ଟଙ୍କା କାରବାର ସ˚ପର୍କରେ ତଦନ୍ତ କରୁଥିବା ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି)ର କଟକରେ ଅନୁଷ୍ଠିତ ବୈଠକରେ ଏଭଳି ସୂଚନା ଦେଇଛନ୍ତି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। ଆଜିର ଏହି ବୈଠକରେ କଳା ଧନର ଉତ୍ସ ଓ ବିଭିନ୍ନ କାରବାରରେ ଏହାର ନିବେଶ ଉପରେ ଅଙ୍କୁଶ ଜାରି ପ୍ରସଂଗକୁ ଗୁରୁତ୍ବ ଦିଆଯାଇଛି। ଏଥିସହିତ ବୈଠକରେ ନିଶା କାରବାରରେ କଳାଟଙ୍କା ପ୍ରସ˚ଗକୁ ନେଇ ବିଶେଷ ଭାବେ ଆଲୋଚନା ହୋଇଛି।
ଉପାଧୢକ୍ଷ ଜଷ୍ଟିସ ଅରିଜିତ ପଶାୟତ ସୂଚନା ଦେଇ କହିଛନ୍ତି ଯେ କଳା ଟଙ୍କାର ଉତ୍ପତି ଓ ଏହାକୁ ବିଭିନ୍ନ କାର୍ଯ୍ୟରେ ଲଗାଇବା କିଭଳି ବନ୍ଦ କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା। ସାରା ଦେଶରେ ଏ ସଂପର୍କିତ ବଡ଼ ବଡ଼ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ଆୟକର ବିଭାଗ, ସେଣ୍ଟ୍ରାଲ ଏକ୍ସାଇଜ, କଷ୍ଟମସ୍, ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଓ ଅନ୍ୟ ସଂସ୍ଥା ଗୁଡିକ ପକ୍ଷରୁ ଏ ପର୍ଯ୍ୟନ୍ତ କରାଯାଇଥିବା ତଦନ୍ତ ନେଇ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। କେତେ ଟିକସ ଦାଖଲ ପାଇଁ କୁହାଯାଇଛି ଓ କେତେ ସଂଗ୍ରହ କରାଯାଇଛି ସେ ନେଇ ଅବଗତ କରାଯାଇଥିଲା। ଏଥିସହିତ କେତେ ପରିମାଣର ନିଶାଦ୍ରବ୍ୟ ଧରାପଡ଼ିଛି ସେନେଇ ବୈଠକରେ ଅବଗତ କରାଯାଇଥିଲା। ଲୋକମାନେ ବିଭିନ୍ନ ଉପାୟରେ ଠକିବାକୁ ଉଦ୍ୟମ କରୁଛନ୍ତି ଓ କଳାଧନ ସୃଷ୍ଟି କରୁଛନ୍ତି। କଳାଧନ କେମିତି ଠାବ କରାଯିବ, ଏହାର କାରବାର କେମିତି ରୋକାଯାଇ ପାରିବ, ଏଥିପାଇଁ କଣ ଉପାୟ ଅବଲମ୍ବନ କରାଯିବ, ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସରକାରୀ ଅଧିକାରୀଙ୍କ ନିକଟରୁ ବିପୁଳ ପରିମାଣର କଳାଧନ ମିଳିବା ପ୍ରସଂଗରେ ଜଷ୍ଟିସ ପଶାୟତ କହିଥିଲେ ଯେ ଦୁର୍ନୀତି ନିବାରଣ ଆଇନ (ପିସି ଆକ୍ଟ) ମାମଲାରେ ଧରା ପଡ଼ୁଥିବା ଅଧିକାରୀଙ୍କ ପ୍ରସଂଗରେ ଆୟକର ଓ ଇଡି ପକ୍ଷରୁ ତଦନ୍ତ କରାଯାଉଛି। ସରକାରୀ ଅଧିକାରୀଙ୍କ ନିକଟରୁ ମିଳୁଥିବା କଳାଟଙ୍କାର ସବୁ ଦିଗରୁ ଯାଞ୍ଚ କରାଯାଉଛି। ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ବୟ ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିବା ସୂଚନା ମିଳିଛି। ପରବର୍ତ୍ତୀ ରିପୋର୍ଟ ତିନି ମାସ ଭିତରେ ଏସଆଇଟି ପ୍ରଦାନ କରିବ। ପୂର୍ବରୁ ୮ଟି ରିପୋର୍ଟ ଦାଖଲ ସରିଛି ବୋଲି ସେ ସୂଚନା ଦେଇଛନ୍ତି।
ଏସ୍ଆଇଟି ଉପାଧୢକ୍ଷ ଜଷ୍ଟିସ୍ ପଶାୟତଙ୍କ ଅଧୢକ୍ଷତାରେ ତାଙ୍କ ତେଲେଙ୍ଗାବଜାରସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରାକରଙ୍କ ବିଭିନ୍ନ ବିଭାଗ ଓ ତଦନ୍ତକାରୀ ଏଜେନ୍ସିର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବିଭିନ୍ନ ବିଭାଗ ପକ୍ଷରୁ କଳାଧନ ପ୍ରସ˚ଗରେ କରାଯାଇଥିବା ତଦନ୍ତ ଓ ଅନୁସନ୍ଧାନ ସ˚ପର୍କିତ ଅପଡେଟ୍ ଷ୍ଟାଟସ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ସମଗ୍ର ଦେଶରେ ଏଯାବତ ବିଭିନ୍ନ ବିଭାଗ ପକ୍ଷରୁ ଠାବ କରାଯାଇଥିବା କଳାଧନ ସ˚ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଆଜିର ବୈଠକରେ ରାଜ୍ୟ ତଥା ଦେଶ ବିଦେଶରେ ଗଚ୍ଛିତ କଳାଧନ, ନିଶା କାରବାରରେ କଳାଟଙ୍କା, ଜିଏସଟି ଠକେଇ ଓ ବେନାମି କାରବାର ପ୍ରସ˚ଗ ସହିତ ବିଭିନ୍ନ ବ୍ୟାଙ୍କ୍ରେ ଜମାଥିବା କଳା ଟଙ୍କା ଉପରେ ଆଲୋଚନା କରାଯାଇଥିଲା। କଳାଧନର ଉତ୍ସ ଉପରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ, ଉପନିର୍ଦ୍ଦେଶକ ଡକ୍ଟର ସଚ୍ଚିନ କୁମାର, ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ବରିଷ୍ଠ ଅଧିକାରୀ ଜ୍ଞାନେଶ୍ବର ସିଂ, ଏଫଆଇୟୁର ଅତିରିକ୍ତ ନିର୍ଦ୍ଦେଶକ ରାଜଶ୍ରୀ କୁମାର, ସିବିଡିଟିର ନିର୍ଦ୍ଦେଶକ ସନ୍ଦୀପ କୁମାର, ସିଟି ଜିଏସଟି ସ୍ବତନ୍ତ୍ର କମିସନର ରଜତ କୁମାର ପଟ୍ଟନାୟକ, କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା, ସ୍ପେଶାଲ ଟାସ୍କ ଫୋର୍ସ ଏସପି ଡକ୍ଟର କେ.କେ.ପାଣିଗ୍ରାହୀ, ସିବିଆଇସି ଅତିରିକ୍ତ ନିର୍ଦ୍ଦେଶକ ଓ ଅନ୍ୟ ଏଜେନ୍ସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଦୁଇ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଏସଆଇଟି ବୈଠକ ଅନୁଷ୍ଠିତ ହୋଇଥିଲା।
Follow Us