ଶନିବାର ଏସ୍‌ଆଇଟିର ବୈଠକ : କଳାଟଙ୍କା ପ୍ରସଙ୍ଗରେ ହେବ ଆଲୋଚନା

Advertisment
ଶନିବାର ଏସ୍‌ଆଇଟିର ବୈଠକ : କଳାଟଙ୍କା ପ୍ରସଙ୍ଗରେ ହେବ ଆଲୋଚନା

Mangalorean.com

କଟକ : ମାର୍ଚ୍ଚ ୭ ତାରିଖ ଦିନ କଟକଠାରେ ଦେଶରେ କଳା ଟଙ୍କା କାରବାର ସ˚ପର୍କରେ ତଦନ୍ତ କରୁଥିବା ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ଏସ୍‌ଆଇଟି)ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏସ୍‌ଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି), ସିବିଆଇ, ସିବିଡିଟି, ଆୟକର ବିଭାଗ, ରେଭିନ୍ୟୁ ଇଣ୍ଟେଲିଜେନ୍ସ, ସେବି, ରାଜ୍ୟ ପୁଲିସ ବିଭାଗ, ରାଜ୍ୟ କ୍ରାଇମବ୍ରାଞ୍ଚ୍‌, ଭିଜିଲାନ୍ସ ବିଭାଗ, ଖଣି ବିଭାଗ, ବାଣିଜ୍ୟକର ବିଭାଗ, ନିର୍ବାଚନ କମିସନଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନା ଅନୁସାରେ, ବେଆଇନ ଅର୍ଥ କାରବାର ଓ କଳାଧନ ପ୍ରସଂଗରେ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। ରାଜ୍ୟ ତଥା ଦେଶ ବିଦେଶରେ ଗଚ୍ଛିତ କଳାଧନ, ନିର୍ବାଚନରେ କଳାଧନ, ବେଆଇନ୍‌ ଖଣି କରାରବାର, ମାଫିଆ, ଡନ୍‌, ଧାର୍ମିକ ଗୁରୁଙ୍କ କଳାଧନ କାରବାର, ବିଭିନ୍ନ କାରବାରରେ ଚିଟ୍‌ଫଣ୍ତ୍‌ ଟଙ୍କାର ବିନିଯୋଗ, ମାଓବାଦୀଙ୍କ କଳାଟଙ୍କା, ରିଅଲ ଇଷ୍ଟେଟ, ଘରୋଇ ହସ୍ପିଟାଲ, ଘରୋଇ ଶିକ୍ଷା ଅନୁଷ୍ଠାନ, ବ୍ଲାକ ରୋଜ ଓ ଚ୍ୟାରିଟେବଲ୍‌ ଟ୍ରଷ୍ଟ୍‌ରେ କଳାଧନ ପ୍ରସଙ୍ଗ ସହିତ ବିଭିନ୍ନ ବ୍ୟାଙ୍କ୍‌ରେ ଜମାଥିବା କଳା ଟଙ୍କା ଉପରେ ଆଲୋଚନା କରାଯିବ। ବିଦେଶରୁ କଳାଟଙ୍କା ଦେଶକୁ ଫେରାଇ ଆଣିବା ଏକ ସମୟ ସାପେକ୍ଷ ପ୍ରକ୍ରିୟା ହୋଇଥିବା ବେଳେ ଦେଶ ଭିତରେ କଳାଟଙ୍କା ଠାବ ପ୍ରସଙ୍ଗ ଉପରେ ବିଶେଷ ଭାବେ ଗୁରୁତ୍ବାରୋପ କରାଯିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe