ପରୀ ହତ୍ୟାକାଣ୍ଡ ମାମଲା ଚାର୍ଜସିଟ୍ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment
ବଡ଼ଗଡ଼ କେନାଲ କଲୋନିରେ ଡ୍ରେନେଜ୍‌ ପ୍ରସଙ୍ଗ: ଜବାବ ଦାଖଲ ପାଇଁ ୱାଟ୍‌କୋକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

image source-newindianexpress.com

କଟକ: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟାକାଣ୍ଡ ମାମଲାରେ ତଦନ୍ତର ସାନି ସ୍ଥିତି ସମ୍ପର୍କରେ ଏସଆଇଟି ହାଇକୋର୍ଟଙ୍କୁ ଅବଗତ କରିଛି। ଅନ୍ୟ ପକ୍ଷରେ ଏସଆଇଟି ଟିମ୍ ଦେଉଥିବା ସୂଚନାରେ କିଛି ତାଳମେଳ ରହୁନି ବୋଲି ଦର୍ଶାଇ ଆବେଦନକାରୀଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରା ଯାଇଛି। ଡକ୍ଟର ଜଷ୍ଟିସ ବି.ଆର୍. ଷଡ଼ଙ୍ଗୀ ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଯଥା ଶୀଘ୍ର ଚାର୍ଜସିଟ୍ ଦାଖଲ ପାଇଁ  ତଦନ୍ତକରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ ପଦ୍ମାଳୟା ମହାପାତ୍ର ଓ ଭାରତୀୟ ବିକାଶ ପରିଷଦ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଗୋଟିଏ ଆଇନଜୀବୀ ପଦ୍ମାଳୟା ମହାପାତ୍ର ଦାୟର କରିଥିବା ବେଳେ ଅନ୍ୟଟି ଭାରତୀୟ ବିକାଶ ପରିଷଦ ରୁଜୁ କରିଥିଲା। ଉଭୟ ମାମଲାରେ ସିବିଆଇ ତଦନ୍ତ ପାଇଁ ପ୍ରାର୍ଥନା କରାଯାଇଛି। ଆଇନଜୀବୀ ମହାପାତ୍ରଙ୍କ ପକ୍ଷରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ୨୦୨୦, ଜୁଲାଇ ୨୦ରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପରୀ ନିଖୋଜ ହୋଇଯାଇଥିଲା। ଜୁଲାଇ ୨୩ରେ ଘର ପଛପଟୁ ଶିଶୁଟିର କେତେ ଖଣ୍ଡ ହାଡ଼ ମିଳିଥିଲା। ରାଜନୈତିକ ନେତାଙ୍କ ଚାପରେ ପୁଲିସ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଛି। ପୁଲିସ ଚାପରେ ରହିଛି। ଏହି ଘଟଣାର ତଦନ୍ତକୁ ହାଇକୋର୍ଟ ନିଜେ ତଦାରଖ କରନ୍ତୁ।
publive-image
ନଚେତ ସିବିଆଇ ବା ଅନ୍ୟ ସ୍ବାଧୀନ ଏଜେନ୍ସିକୁ ତଦନ୍ତ ଭାର ହସ୍ତାନ୍ତର କରାଯାଉ। ପୀଡ଼ିତ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।  ସେହିଭଳି ଭାବେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ମାମଲାରେ ଦର୍ଶାଯାଇଛି ଯେ ରାଜ୍ୟ ପୁଲିସ ଉପରେ ଆସ୍ଥା ନାହିଁ। ଓଡ଼ିଶାର ଲୋକଙ୍କ ଆଉ ପୁଲିସ ତଦନ୍ତ ଉପରେ ଭରସା ନାହିଁ। ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥି ସହିତ ପରୀର ବାପା-ମା’ଙ୍କୁ ୨୫ ଲକ୍ଷ ଟଙ୍କା ରାଜ୍ୟ ସରକାର କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe