ଝାରସୁଗୁଡ଼ା ସାହିତ୍ୟ ଘର ପକ୍ଷରୁ ଶୀତ ଆସର: ଗପରେ ଗୀତରେ ଶୀତ, କିଛି ସ୍ମୃତି କିଛି ଅନୁଭୂତି  

ଝାରସୁଗୁଡ଼ା ସାହିତ୍ୟ ଘର ପକ୍ଷରୁ ଶୀତ ଆସର: ଗପରେ ଗୀତରେ ଶୀତ, କିଛି ସ୍ମୃତି କିଛି ଅନୁଭୂତି  

ଝାରସୁଗୁଡା : ଶୀତ କେତେବେଳେ ବଜ୍ର ପରି କଠୋର ହୋଇ କନ୍ଦାଇ ପାରେ ତ ଆଉ କେବେ ତୁଳା ପରି ନରମ ହୋଇ ହସ ଫୁଟାଇ ପାରେ। ଝାରସୁଗୁଡ଼ା ସାହିତ୍ୟଘର ପକ୍ଷରୁ ଅନୁଷ୍ଠିତ ‘ଶୀତ ଆସର’ରେ ଉପସ୍ଥିତ ବକ୍ତାମାନେ ଗଳ୍ପ ଆଉ କବିତାରେ ମଧ୍ୟ ଶୀତ ଆସେ ଓ ତାହା ଜୀବନକୁ ମଧ୍ୟ ପ୍ରଭାବିତ କରେ ବୋଲି ଉଲ୍ଲେଖ କରିଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ସାହିତ୍ୟ ଏକାଡେମି ସଦସ୍ୟା ଡ. ସୁପ୍ରିୟା ପାଲ ଗଳ୍ପରେ ଶୀତ ଓ କବୟିତ୍ରୀ ମିନତି ମିଶ୍ର  କବିତାରେ ଶୀତ  ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଝାରସୁଗୁଡ଼ା ‘ସମ୍ବାଦ ସାହିତ୍ୟଘର’ ସଭାନେତ୍ରୀ ପ୍ରାଧ୍ୟାପିକା ଡ. ସ୍ବର୍ଣ୍ଣମୟୀ ପୁରୋହିତ ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରିଥିଲେ। ସଂପାଦକ ଅକ୍ଷୟ କୁମାର ପତି ସ୍ବାଗତ ଓ ସଂଯୋଜନା କରିଥିଲେ। ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ପଣ୍ଡା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଆଲୋଚନାଚକ୍ରର ଆବାହକ ତଥା ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ମିଶ୍ର ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଝାରସୁଗୁଡ଼ା ସମ୍ବାଦ ସାହିତ୍ୟଘର ଉପସଭାନେତ୍ରୀ ମନ୍ଦାକିନୀ ଶତପଥୀ ଧନ୍ୟବାଦ ଦେଇଥିଲେ।

ଆଲୋଚନାଚକ୍ରରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି  ଜିଲ୍ଲାର ବିଭିନ୍ନ ସାହିତ୍ୟଘରର ସଦସ୍ୟଙ୍କ ସମେତ ଡ. ଶିବପ୍ରିୟା ମିଶ୍ର, ଅରୁଣା ପୁରୋହିତ, ଆନନ୍ଦିନୀ ମିଶ୍ର, ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ, ନିବେଦିତା ମିଶ୍ର, ବିରାଟରାଜ ପଧାନ, କୈଳାସ ପଟ୍ଟନାୟକ, ଅନ୍ନପୂର୍ଣ୍ଣା ରଥ, ଦେବାଶିଷ ମିଶ୍ର, ନନ୍ଦିନୀ ପଟେଲ, ପ୍ରେମସାଗର ଦେହେରିଆ, ସୁଜାତା ପାଣିଗ୍ରାହୀ, ଭୂପେନ ଅମାତ, ସୁଷମା ପଟେଲ, ସଙ୍ଗୀତା ମୋହନ ଗହୀର, ସୁରେଶ ପଧାନ, ପଦ୍ମିନୀ ପୁରୋହିତ, ବିଜୟ କେତନ ପୁରୋହିତ, ସୌଦାମିନୀ ତ୍ରିପାଠୀ, ସୁଧାଂଶୁ ଭୂଷଣ, ସୁଧାଂଶୁ ଶେଖର ପରିଡା, ପ୍ରାଧ୍ୟାପକ ତପନ ବାରିକ, ଅଧ୍ୟାପକ ରୋହିତ ପଟେଲ, ଡ. ଭଗବାନ ପଟେଲ, ଅଧ୍ୟାପିକା ପଦ୍ମାବତୀ ମହାପାତ୍ର, ପ୍ରଫେସର ବିଜୟ କୁମାର ମିଶ୍ର ପ୍ରମୁଖ ବହୁ ଶ୍ରୋତା ଯୋଗଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe