ଶେଷ ହେଲା ଶୀତଳଷଷ୍ଠୀ: ବାହୁଡ଼ିଲେ ଦେବଦମ୍ପତି, ଲୋକାରଣ୍ୟ ସମ୍ବଲପୁର

ସୋମବାର ସନ୍ଧ୍ୟାରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହାକୁମ୍ଭ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ଖରାକୁ ଖାତିର ନ କରି ‌ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ କରିବା ସହିତ ରଙ୍ଗାରଙ୍ଗ ସାଂସ୍କୃତିକ....

dssdcxxc

ସମ୍ବଲପୁର: ସୋମବାର ସନ୍ଧ୍ୟାରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହିତ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହାକୁମ୍ଭ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି। ଲକ୍ଷାଧିକ ଶ୍ରଦ୍ଧାଳୁ ଖରାକୁ ଖାତିର ନ କରି ‌ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ କରିବା ସହିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଛନ୍ତି। ଶନିବାର ରାତିରେ ଭଗବାନ ଶିବଙ୍କ ଭବ୍ୟ ବର ଶୋଭାଯାତ୍ରା ବାହାରି ପ୍ରାତଃସମୟରେ ଜଗଜ୍ଜନନୀ ପାର୍ବତୀଙ୍କ ସହିତ ଲୌକିକ ରୀତିରେ ବିବାହ ହୋଇଥିଲା। ରବିବାର ସନ୍ଧ୍ୟାରେ କନ୍ୟା ବିଦାୟ ପରେ ମଧ୍ୟରାତ୍ରିରେ ମହାଆଳତି ହୋଇଥିଲା। ଏହାପରେ ଭଗବାନ ଶିବ ଓ ମାତା ପାର୍ବତୀ ଯୁଗଳ ଦର୍ଶନ ନିମ‌ନ୍ତେ ନଗର ପରିକ୍ରମା‌ରେ ବାହାରିଥିଲେ। ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ କରି ‌ଶ୍ରଦ୍ଧାଳୁମାନେ ଜୀବନକୁ ଧନ୍ୟ ମ‌ନେ କରିଥିଲେ। ଦେବଦମ୍ପତିଙ୍କ ନଗର ପରିକ୍ରମା ଶୋଭାଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ପ୍ରାୟ ୧୦ ହଜାର କଳାକାରଙ୍କ ନୃତ୍ୟଗୀତରେ ଲୋକେ ବିଭୋର ହୋଇ ଯାଇଥିଲେ।

ଶୋଭାଯାତ୍ରାରେ ସମ୍ବଲପୁରୀ, ହିନ୍ଦୀ, ଓଡ଼ିଆ, ଭୋଜପୁରୀ, ତେଲଗୁ, ଛତିଶଗଡ଼ି ଓ ବଙ୍ଗଳା ଭାଷାର ଲୋକପ୍ରିୟ ଗୀତଗୁଡ଼ିକର ତାଳେତାଳେ ରଥ ଉପରେ ନର୍ତ୍ତକୀଙ୍କ ନୃତ୍ୟ ଦର୍ଶକଙ୍କୁ ବିଭୋର କରିଥିଲା। ପ୍ରଜ୍ଞାପନ ମେଢ଼ରେ ପହଲଗାମ, ଅପରେସନ୍‌ ‘ସିନ୍ଦୂର’ ସହିତ ରାଫେଲ ଫାଇଟର୍‌ ଜେଟ୍‌, ବ୍ରହ୍ମୋସ୍‌ ସହିତ ବିଭିନ୍ନ ପ୍ରକାର ମିସାଇଲ୍‌ ପ୍ରଦର୍ଶିତ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ତଥା ଲୋକଙ୍କୁ ପ୍ରାଥମିକ ଚିକିତ୍ସା ସୁବିଧା, ପାନୀୟଜଳ ଆଦି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ସହରର ବିଭିନ୍ନ ସ୍ବେଚ୍ଛାସେବୀ, ସାଂସ୍କୃତିକ ସଂଗଠନ, କର୍ମଚାରୀ ସଂଘ ଆଦି ଲୋକମାନଙ୍କୁ ସହାୟତା କରିବା ସହ ପାନୀୟ ଜଳ ଓ ଖାଦ୍ୟ ବଣ୍ଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe