ସମ୍ବଲପୁର ଶୀତଳଷଷ୍ଠୀ: ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ

Advertisment

ଦେବଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଆରମ୍ଭ

ଦେବଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ଆରମ୍ଭ

ସମ୍ବଲପୁର ଶୀତଳଷଷ୍ଠୀ: ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ

ସମ୍ବଲପୁର: ଯକ୍ଷ, ଗ୍ରହ, ନକ୍ଷତ୍ର, ଦେବ, ମାନବ, କିନ୍ନର, ସପ୍ତଋଷିଙ୍କ ଉପସ୍ଥିତିରେ ସାକ୍ଷୀ ଗୋପୀନାଥ ଓ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ଧରାପୃଷ୍ଠରେ ସ˚ପୂର୍ଣ୍ଣ ମାନବୀୟ ରୀତିନୀତିରେ ଦେବଦେବ ମହାଦେବ ଜଗତ୍‌ଜନନୀ ପାର୍ବତୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବୁଧ ରାତି ଗୁରୁବାର ପାହାନ୍ତି ପ୍ରହରର ମାହେନ୍ଦ୍ର ବେଳାରେ ଶୀତଳଷଷ୍ଠୀର ସହର ସମ୍ବଲପୁରରେ ଶିବ-ପାର୍ବତୀଙ୍କ ହାତ ଗଣ୍ଠି ପଡ଼ିଛି। ବିବାହ ପରେ ମାତା ପାର୍ବତୀଙ୍କୁ ସାଥୀରେ ନେଇ ପ୍ରଭୁ ଭୋଳାନାଥ ନିଜ ପାଟ ପଟୁଆର ସହ ଗୁରୁବାର ସଂଧ୍ୟାରେ ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ।

ନବ ବିବାହିତ ଦେବଦମ୍ପତିଙ୍କ ଉପରେ ଦେବତାମାନେ ପୁଷ୍ପ ବୃଷ୍ଟି କରିଥିଲେ। କନ୍ୟାଘର ତରଫରୁ ଝିଅଜ୍ବାଇଁଙ୍କୁ ପର˚ପରା ଅନୁଯାୟୀ ବିଭିନ୍ନ ସ୍ବର୍ଣ୍ଣ, ରୌପ୍ୟ ଅଳଙ୍କାର, ବସ୍ତ୍ର, ପାଟ, ପୀତାମ୍ବରୀ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଖଜା, ଲଡ଼ୁ ଆଦି ଭାର ଓ ଉପହାର ଦିଆ ଯାଇଥିଲା। ଗୁରୁବାର ରାତିରେ ମନ୍ଦିରରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ମହାଆଳତି ପରେ ନବ ବିବାହିତ ଦେବଦମ୍ପତି ମଧୢରାତ୍ରିରୁ ଭକ୍ତଙ୍କୁ ଯୁଗଳ ଦର୍ଶନ ଦେବା ପାଇଁ ନଗର ପରିକ୍ରମାରେ ବାହାରିଛନ୍ତି। ମାତା ପାର୍ବତୀଙ୍କ ସହ ନନ୍ଦପଡ଼ାର ବ˚ ବଂ ବରାଡ଼ ବାଲୁଙ୍କେଶ୍ବର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡ଼ାର ଗୁପ୍ତେଶ୍ବର ବାବା, ବୁଢ଼ାରଜାର ପାହାଡ଼େଶ୍ବର ବାବାଙ୍କ ଭବ୍ୟ ଶୋଭାଯାତ୍ରା ବାହାରିଛି। ଏହି ବୃହତ୍‌ ଶୋଭାଯାତ୍ରା ଗୁଡ଼ିକ ବ୍ୟତୀତ ସାକ୍ଷୀପଡ଼ାର ଓଁକାରେଶ୍ବର ବାବା, ସାଲିଆବଗିଚାର ରାମେଶ୍ବର ବାବା, ଦୁର୍ଗାପାଲିର ଗୁଡ଼େଶ୍ବର ବାବା ଆଦି ଆହୁରି ଅନେକ ପଡ଼ାର ଶୀତଳଷଷ୍ଠୀ ଯାତ୍ରାରେ ସମଗ୍ର ସହର ଉତ୍ସବମୁଖର ହୋଇ ଉଠିଛି।

publive-image

ନବଯୌବନରେ ସୁଶୋଭିତ ମହାରୁଦ୍ର ଏବ˚ ମହାମାୟାଙ୍କ ଯୁଗଳ ମୂର୍ତ୍ତି ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି ଭକ୍ତଙ୍କୁ ଦର୍ଶନ ଦେବାକୁ। ଏହି ଶୋଭାଯାତ୍ରାରେ ସାମିଲ ହୋଇ ଦେବଦମ୍ପତିଙ୍କ ଆଶୀର୍ବାଦ ପାଇବା ପାଇଁ ସମ୍ବଲପୁର ସହରକୁ ଛୁଟିଛି ଲୋକଙ୍କ ସୂଅ। ଗୁରୁବାର ମଧୢରାତ୍ର ସୁଦ୍ଧା ସମ୍ବଲପୁର ସହର ହୋଇ ଉଠିଛି ଲୋକାରଣ୍ୟ। ଲକ୍ଷଲକ୍ଷ ଲୋକଙ୍କ ଭିଡ଼ରେ ସମ୍ବଲପୁରର ଅଣଓସାରିଆ ଓ ନିର୍ମାଣାଧୀନ ରାସ୍ତା ଗୁଡ଼ିକ ଖୁନ୍ଦି ହୋଇଯାଇଛି। ଦେବଦମ୍ପତିଙ୍କ ନଗର ପରିକ୍ରମା ଶୋଭାଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସହ ସାମିଲ ହୋଇଛନ୍ତି ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦଶ ହଜାରରୁ ଅଧିକ କଳାକାର। ସେମାନଙ୍କ ଦ୍ବାରା ପରିବେଷିତ ବାଦ୍ୟ, ନୃତ୍ୟ, ନାଟ୍ୟରୂପ, ମେଲୋଡ଼ି ଓ ବିଭିନ୍ନ ମନୋର˚ଜନ କାର୍ଯ୍ୟକ୍ରମରେ ଝୁମୁଛନ୍ତି ଦର୍ଶକ।

publive-image

ନାନା ପ୍ରକାରର ମୂର୍ତ୍ତି, ପ୍ରଜ୍ଞାପନ ମେଢ଼ ଓ କଳାକୃତି ଶୋଭାଯାତ୍ରା ଗୁଡ଼ିକୁ ଅଧିକ ଆକର୍ଷଣୀୟ କରିଛି। ଏହାବ୍ୟତୀତ ସହରରେ ଲାଗିଥିବା ମେଳା, ପ୍ରଦର୍ଶନୀ, ମିନାବଜାର ଆଦି ଲୋକଙ୍କ ପାଇଁ ମନୋର˚ଜନ ଓ କିଣାବିକାର ସୁଯୋଗ ସୃଷ୍ଟି କରିଛି। ଯାତ୍ରା ଦେଖିବାକୁ ଆସିଥିବା ଲକ୍ଷାଧିକ ଲୋକ ବିଭିନ୍ନ ପ୍ରକାର ସାମଗ୍ରୀ କିଣିବାକୁ ହାତ ଖୋଲି ଖର୍ଚ୍ଚ କରୁଥିବାରୁ ଦୋକାନୀମାନେ ବିଶେଷ କରି ରାସ୍ତାକଡ଼ ବିକ୍ରେତାମାନେ ବେଶ ଦୁଇପଇସା ଲାଭ କରୁଛନ୍ତି। ଗୁରୁବାର ମଧୢରାତ୍ରିରେ ବାହାରିଥିବା ଯୁଗଳ ଦର୍ଶନ ଶୋଭାଯାତ୍ରା ଶୁକ୍ରବାର ଭୋର ୫ଟା ଯାଏ ଚାଲିବ। ୪ ଘଣ୍ଟା ବିଶ୍ରାମ ପରେ ପୁଣି ଶୁକ୍ରବାର ସକାଳ ୯ଟାରୁ ଆରମ୍ଭ ହୋଇ ଦିନ ସାରା ଚାଲିବ। ଶୁକ୍ରବାର ସ˚ଧୢାରେ ଦେବଦମ୍ପତି ନିଜ ମନ୍ଦିରରେ ପହଞ୍ଚିବା ସହ ଶୋଭାଯାତ୍ରା ଶେଷ ହେବ। ମଙ୍ଗଳ ଆଳତି ଓ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ୩୪୫ ବର୍ଷ ପୁରୁଣା ଐତିହାସିକ ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe