ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଜୋରଦାର, ୪ରେ ବିବାହ, ୫ରେ ଶୋଭାଯାତ୍ରା

Advertisment
ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ଜୋରଦାର, ୪ରେ ବିବାହ, ୫ରେ ଶୋଭାଯାତ୍ରା

YouTube

ସମ୍ବଲପୁର: ଦୁଇ ବର୍ଷର ବ୍ୟବଧାନ ପରେ ଏଥର ଶୀତଳଷଷ୍ଠୀ ଯାତ୍ରା ପୁଣିଥରେ ପୂରା ଦମ୍‌ରେ ଆୟୋଜିତ ହେବ। ଏଥି ପାଇଁ ସବୁ ପଡ଼ାର ଯାତ୍ରା କମିଟି ଜୋରସୋର ପ୍ରସ୍ତୁତି ଚଳାଇଛନ୍ତି। ଆୟୋଜନ କମିଟି ମାନେ ସାଂସ୍କୃତିକ ଦଳ ଗୁଡ଼ିକ ସହ ଯୋଗାଯୋଗ କରି ସାରିଛନ୍ତି। ମିନାବଜାର ପାଇଁ ଆବେଦନ କରିଛନ୍ତି। ପିଏଚ୍‌ଡି ପଡ଼ିଆରେ ମିନାବଜାର ଲାଗିବ। ପୁଣିଥରେ ଶୀତଳଷଷ୍ଠୀ ଶୋଭାଯାତ୍ରାରେ ସମ୍ବଲପୁରର ରାଜରାସ୍ତା ଗୁଡ଼ିକ ଦୁଲୁକିବ। ଏଥି ପାଇଁ ସହରବାସୀ ବି ବେଶ ଉତ୍ସାହିତ ଅଛନ୍ତି।

ଗତ ୩ ତାରିଖ ଅକ୍ଷୟ ତୃତୀୟା ତିଥିରେ ଶୀତଳଷଷ୍ଠୀର ଆଦ୍ୟ ପର୍ବ ଥାଳଉଠା ଶେଷ ହୋଇଛି। ଆସନ୍ତା ୩୧ ତାରିଖ ଦିନ ନନ୍ଦପଡ଼ାର ବଂ ବରାଡ୍ ବାଲୁଂକେଶ୍ବର ବାବାଙ୍କ ପତ୍ରପେଣ୍ଡି ଅନୁଷ୍ଠିତ ହେବ। ତା’ ପରଦିନ ଅର୍ଥାତ୍ ‌ଜୁନ୍ ୧ ତାରିଖରେ ବାଲୁଂକେଶ୍ବର ବାବାଙ୍କ ବିବାହ ପାଇଁ ପ୍ରଭୁ ନରସିଂହ ନିଉତା ଦେବାକୁ ଯିବେ। ନନ୍ଦପଡ଼ାର ନରସିଂହ ନିଉତା ଅନୁଷ୍ଠିତ ହେବ। ୨ ତାରିଖ ଦିନ ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡ଼ାର ଗୁପ୍ତେଶ୍ବର ବାବାଙ୍କ ପତ୍ରପେଣ୍ଡି ଅନୁଷ୍ଠିତ ହେବ। ୩ ତାରିଖ ଦିନ ଏହି ସମସ୍ତ ପଡ଼ାର ହନୁମାନ ନିଉତା କାର୍ଯ୍ୟକ୍ରମ ରହିଛି।  ୪ ତାରିଖ ରାତିରେ ଦେବଦେବ ମହାଦେବ ଏବଂ ଜଗତ୍‌ଜନନୀ ମାତା ପର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ। ୫ ତାରିଖ ରାତିରେ ସବୁ ପଡ଼ାର ଭବ୍ୟ ଶୀତଳଷଷ୍ଠୀ ଶୋଭାଯାତ୍ରା ବାହାରିବ। ଏହି ନଗର ପରିକ୍ରମା ଓ ଦେବଦମ୍ପତିଙ୍କ ଯୁଗଳ ଦର୍ଶନ ଯାତ୍ରା ୬ ତାରିଖ ଦିନସାରା ଚାଲିବା ପରେ ସଂଧ୍ୟାରେ ଦେବଦମ୍ପତି ମନ୍ଦିର ପ୍ରବେଶ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe