ଶେଷ ହେଲା ଶୀତଳଷଷ୍ଠୀ: ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ

Advertisment
ଶେଷ ହେଲା ଶୀତଳଷଷ୍ଠୀ: ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ

ସମ୍ବଲପୁର : ନଗର ପରିକ୍ରମା କରି ଭକ୍ତଙ୍କୁ ନବଯୌବନ ବେଶରେ ଯୁଗଳ ଦର୍ଶନ ଦେବାପରେ ଦେବଦେବ ମହାଦେବ ଜଗଜ୍ଜନନୀ ମାତା ପାର୍ବତୀଙ୍କୁ ଘେନି ମନ୍ଦିର ପ୍ରବେଶ କରିଛନ୍ତି। ଏଥିସହ ବିପୁଳ ଉତ୍ସାହ ଉଦ୍ଦୀପନା ମଧୢରେ ସମ୍ବଲପୁରର ସୁପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଶେଷ ହୋଇଛି। ସୋମବାର ସନ୍ଧ୍ୟାରେ ବିଶ୍ବନିୟନ୍ତା ମହାଦେବ ନବବିବାହିତା ଦେବୀ ପାର୍ବତୀଙ୍କ ସହ ନଗର ପରିକ୍ରମା ଶେଷକରି ନିଜ ମନ୍ଦିରରେ ପହଞ୍ଚିଥିଲେ। ନନ୍ଦପଡ଼ାର ବ˚ବରାଡ଼ ବାଲୁ˚କେଶ୍ବର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା, ଠାକୁରପଡ଼ାର ଗୁପ୍ତେଶ୍ବର ବାବା ଏବଂ ବୁଢ଼ାରଜାର ପାହାଡ଼େଶ୍ବର ବାବା ନିଜ ନିଜ ମନ୍ଦିରରେ ପହଞ୍ଚିବାପରେ ବିଭିନ୍ନ ରୀତିନୀତି କରାଯାଇଥିଲା। ମହାଆଳତି, ମହାସ୍ନାନ ଓ ଅନ୍ୟାନ୍ୟ ନୀତି ପରେ ରାତି ସୁଦ୍ଧା ଠାକୁରମାନଙ୍କ ଗର୍ଭଗୃହ ପ୍ରବେଶ ହୋଇଥିଲା।

ସୋମବାର ସମ୍ବଲପୁରର ସର୍ବୋଚ୍ଚ ତାପମାତ୍ରା ପାଣିପାଗ ବିଭାଗ ପକ୍ଷରୁ ୪୨ ଡିଗ୍ରି ଦର୍ଶାଯାଉଥିଲେ ବି ସ୍ଥିତି ଅସହ୍ୟ ଥିଲା। ଦିନତମାମ ଟାଣ ଖରା, ଅସହ୍ୟ ଗୁଳୁଗୁଳି ଓ ପ୍ରବଳ ଗରମ। ଏହାସତ୍ତ୍ବେ ଯାତ୍ରାରେ ବିପୁଳ ଜନ ସମାଗମ‌ ହୋଇଥିଲା। ୬ଟି ପଡ଼ାର ଶୋଭାଯାତ୍ରାରେ ଭାଗ ନେଇଥିବା ରାଜ୍ୟ ଓ ରାଜ୍ୟ ବାହାରର ପ୍ରାୟ ୧୦ ହଜାର କଳାକାର ସୋମବାର ଦିନସାରା ନୃତ୍ୟ, ଗୀତ ପରିବେଷଣ କରିଥିଲେ। ଶତାଧିକ ପ୍ରକାରର ଲୁପ୍ତପ୍ରାୟ କଳା, ଲୋକ ବାଦ୍ୟ ଓ ନୃତ୍ୟ, ଆଧୁନିକ ଓ ଶାସ୍ତ୍ରୀୟ ନୃତ୍ୟ ସ˚ଗୀତରେ ସମୃଦ୍ଧ ଏହି ସା˚ସ୍କୃତିକ ଏକତାର ଯାତ୍ରା ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା କଳାକାରଙ୍କୁ ଏକାକାର କରି ଦେଇଥିଲା। ମେଳା ଓ ମୀନାବଜାର ଆଦିରେ ଦର୍ଶକଙ୍କ ନାହିଁ ନଥିବା ଭିଡ଼ ଜମିଥିଲା। ସୋମବାର ସନ୍ଧ୍ୟାରେ ଯାତ୍ରା ଶେଷ ହେବାପରେ ଭିଭିନ୍ନ ସ୍ଥାନରୁ ଆସିଥିବା ଦର୍ଶକମାନେ ବାହୁଡ଼ି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe