ସିତୁ ପାଇବେ ଜାତୀୟ ସାହସିକତା ପୁରସ୍କାର‌

Advertisment
ସିତୁ ପାଇବେ ଜାତୀୟ ସାହସିକତା ପୁରସ୍କାର‌

କେନ୍ଦ୍ରାପଡା :କେନ୍ଦ୍ରାପଡ଼ା ଜିଳ୍ଲାକୁ ଲଗାତର ଭାବେ ଦୁଇଥର ଜାତୀୟ ପୁରସ୍କାର ମିଳିବାକୁ ଯାଉଛି। ଚଳିତ ବର୍ଷ ରାଜନଗରର ସିତୁ ମଲ୍ଲିକ ଜାତୀୟ ସାହସିକତା ପୁରସ୍କାର ପାଇଁ ମନୋନୀତ ହୋଇଥିବା ଜଣାପଡିଛି। କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ କଣ୍ତିରା ଗ୍ରାମର ମେଘନାଦ ମଲ୍ଲିକଙ୍କ ୧୫ବର୍ଷର ପୁଅ ସିତୁ ନିଜର ଦାଦା ବିନୋଦ ମଲ୍ଲିକଙ୍କୁ ଗତ ଫେବ୍ରୁଆରି ମାସ ୨୦ତାରିଖ ସନ୍ଧ୍ୟାରେ କୁମ୍ଭୀର ମୁହଁରୁ ବ˚ଚାଇ ତାଙ୍କ ଜୀବନ ରକ୍ଷା କରିଥିଲେ। ସିତୁଙ୍କୁ ଜାନୁଆରି ୨୬ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରିବେ ବୋଲି ନୂଆଦିଲ୍ଲୀସ୍ଥିତ ଭାରତୀୟ ଶିଶୁ ମଙ୍ଗଳ ପରିଷଦ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ସୂଚନା ଦେଇଛନ୍ତି। ଏହି ଉତ୍ସବରେ ଓଡିଶାର କେନ୍ଦ୍ରାପଡା ସମେତ ଜଗତସ˚ିହପୁର, ସୁବର୍ଣ୍ଣପୁର ଓ କଳାହାଣ୍ତି ଜିଲ୍ଲାର ୪ଜଣଙ୍କୁ ଏହି ଜାତୀୟ ସାହସିକତା ପୁରସ୍କାର ରାଷ୍ଟ୍ରପତି ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ଚଳିତମାସ ୨୦ରୁ ୨୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପଲ୍ଲିଶ୍ରୀ ମେଳାରେ ମଧୢ ଜିଲ୍ଲା ପ୍ରଶାସନ ପକ୍ଷରୁ ସିତୁଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଜିଲ୍ଲାପାଳ ଦାଶରଥୀ ଶତପଥୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe