ଗଞ୍ଜାମରେ କରୋନା ସ୍ଥିତି ସୁଧୁରୁଛି; ଟୁଇଟ୍ କରି ସୂଚନା ଦେଲା ଜିଲ୍ଲା ପ୍ରଶାସନ

Advertisment
ତ୍ରାହି ତ୍ରାହି ଡାକିଲେଣି ଗଞ୍ଜାମବାସୀ : ତିନି ଦିନ ହେଲା ୫ ଶହ ତଳକୁ ଖସୁନି, ପୁଣି ୫୬୦ ପଜିଟିଭ୍‌, ୮ ହଜାର ଟପିଲା

ବ୍ରହ୍ମପୁର: ଗଞ୍ଜାମ ଜିଲାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ସହ ମୃତ୍ୟୁ ହାର ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟଇଛି। ଏଥିସହ ସଂକ୍ରମଣ ବ୍ୟାପୁଥିବାରୁ ଜିଲାବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଅପରପକ୍ଷରେ କରୋନା ସ୍ଥିତିରେ ସୁଧାର ଆସୁଥିବା ସମ୍ପର୍କରେ ଗୁରୁବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହ ଏକ ଗ୍ରାଫ ପ୍ରସ୍ତୁତ କରି କରୋନା ସଂକ୍ରମଣ ସମ୍ପର୍କରେ ତଥ୍ୟ ଦେଇଛନ୍ତି।

ଏଥିରୁ ଜଣାପଡ଼ିଛି ଯେ, ଜିଲାର ୮୪ ପ୍ରତିଶତ ଗ୍ରାମାଞ୍ଚଳ ଗ୍ରୀନ ଜୋନ୍‌ରେ ଏବଂ ୧୬ ପ୍ରତିଶତ ଗ୍ରାମାଞ୍ଚଳ ରେଡ୍‌ ଜୋନରେ ରହିଛି। ଏହା ବିଡିଓ ଓ ସେମାନଙ୍କ ଟିମର  ଅକ୍ଲାନ୍ତ ପ୍ରଚେଷ୍ଟା ଓ କାର୍ଯ୍ୟ ଯୋଗୁ ହୋଇପାରିଥିବା ଜିଲାପାଳ କହିଛନ୍ତି। ଜିଲାର ୩୦୬୬ଟି ଗାଁ ରହିଛି ସେଥିରୁ ୨୫୬୪ଟି ଗାଁ ଗ୍ରୀନ୍‌ ଜୋନରେ ଥିବାବେଳେ ୫୦୨ଟି ଗାଁ ରେଡ୍‌ ଜୋନ୍‌ରେ ରହିଛି। ଗ୍ରୀନ୍‌ ଜୋନରେ କେହି କରୋନା ଆକ୍ଟିଭ ପଜିଟିଭ ନ ଥିବା ଜିଲାପାଳ ସୂଚନା ଦେଇଛନ୍ତି। ଅପରପକ୍ଷରେ ଜିଲାର ବ୍ରହ୍ମପୁର, ଛତ୍ରପୁର, ହିଞ୍ଜିଳି, ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର ପ୍ରମୁଖ ସହରରେ କରୋନା ପଜିଟିଭ ସଂଖ୍ୟା ବଢିବା ସହ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏଥିପାଇଁ ଚିନ୍ତା ବଢିଛି ଜିଲାର ସବୁ ପ୍ରବେଶ ପଥକୁ ସିଲ୍‌ କରିଦିଆଯାଇଛି।

publive-image

ଅନ୍ୟପକ୍ଷରେ  ଶିତଳାପଲିସ୍ଥିତ ଟାଟା କୋଭିଡ ହସ୍ପିଟାଲ, ପାରଳା ମହାରାଜା ଓ ଅନ୍ୟ କୋଭିଡ କେୟାର ସେଣ୍ଟରରେ ଚିକିତ୍ସା, ପାଣି, ଖାଦ୍ୟ, ପରିମଳ ସମ୍ଭନ୍ଧୀୟ ଅବ୍ୟବସ୍ଥା ନେଇ ବାରମ୍ବାର ଭିଡିଓ ଭାଇରାଲ ହେଉଛି। ବୁଧବାର ମଧ୍ୟ ଏ ସମ୍ପର୍କିତ ସମସ୍ୟା ଉପରେ ୨ଟି ଅଡିଓ ବାର୍ତ୍ତା ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି।

ଅପରପକ୍ଷରେ ଜିଲାରେ ଥିବା ୨୪ ଘଣ୍ଟିଆ କଲ୍‌ ସେଣ୍ଟରକୁ ବୁଧବାର କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରରେ ଥିବା କରୋନା ରୋଗୀମାନଙ୍କ ପକ୍ଷରୁ ୨୪୯ଟି କଲ ଆସିଛି। ସେଥିରୁ ୨୧୪ଟି କଲ୍‌ରେ ଆସିଥିବା ସମସ୍ୟା ସମାଧାନ ହୋଇଛି। ଅନ୍ୟ ସମସ୍ୟା ଖୁବ ଶୀଘ୍ର ସମାଧାନ ହେବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ଗୁରୁବାର ସୂଚନା ଦେଇଛନ୍ତି। ଏଥିସହ ୭୮ କରୋନା ରୋଗୀଙ୍କ ପରିବାର ମଧ୍ୟ ଉକ୍ତ କଲ୍‌ ସେଣ୍ଟରକୁ କଲ କରି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି। ଉକ୍ତ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟରର ରୋଗୀମାନେ ଅଭିଯୋଗ ଜଣାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ କଲ ସେଣ୍ଟର ଖୋଲା ଯାଇଛି। ମୋବାଇଲ ନଂ. ୮୧୧୮୦୬୬୩୭୦କୁ ଫୋନ କରି କରୋନା ଆକ୍ରାନ୍ତ ଅଭିଯୋଗ, ଲକ୍ଷଣ ଏବଂ ହୋମ କ୍ୱାରେଣ୍ଟାଇନ ସମସ୍ୟା ସମ୍ପର୍କରେ ଜଣାଇବା ବ୍ୟବସ୍ଥା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe