୪ ନାବାଳିକା ଦୁଷ୍କର୍ମ ମାମଲା: ୬ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ

Advertisment
ରାଜ୍ୟରେ ପ୍ରତିଷ୍ଠା ହେବ ୩୪ଟି ନୂତନ ଅଦାଲତ

Times of India

ଜୟପୁର : ୪ଟି ପୃଥକ ପୃଥକ ନାବାଳିକା ଦୁଷ୍କର୍ମ ମାମଲାରେ ୬ଜଣ ଅଭିଯୁକ୍ତ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି। ଗୋଟିଏ ମାମଲା ସ୍ୱତନ୍ତ୍ର ଜଜ୍ ତଥା ଅତିରିକ୍ତ ସେସନସ୍ ଜଜ୍ ରାଜେଶ ନାୟର ବିଚାର କରିଛନ୍ତି। ଆଉ ୩ଟି ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି ଫାଷ୍ଟଟ୍ରାକ୍ ସ୍ବତନ୍ତ୍ର (ପୋକ୍ସ)କୋର୍ଟର ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସେସନସ୍ ଜଜ୍ ପ୍ରଦୀପ କୁମାର ସାସମଲ ।

ଗତ ୨୦୧୭ମସିହାରେ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଥାନା ଅଂଚଳର ଜୈନେକା ନାବାଳିକା କଲେଜ ଛାତ୍ରୀଙ୍କୁ ଅପହରଣ କରି ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ପିଣ୍ଟୁ ଖରା ଓ ଅନ୍ୟ ଦୁଇ ସହ ଅଭିଯୁକ୍ତ ନରେନ୍ଦ୍ର କନ୍ଧପାନ ଓ କାମଦେବ ଖରାଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ପୋକ୍ସ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛି। ଏହି ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଆରତୀ ମହାନ୍ତି ମାମଲା ପରିଚାଳନା କରୁଥିଲେ।

ଜୟପୁର ଟାଉନ ଥାନା ଅଂଚଳର ଜୈନେକା ନାବାଳିକା ସ୍କୁଲ ଛାତ୍ରୀଙ୍କୁ ଗତ ୨୦୧୭ମସିହାରେ ଅପହରଣ କରି ମାଲାକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାକୁ ନେଇ ଅଭିଯୁକ୍ତ ଜନସନ ପାତ୍ର ଓରଫ ବିଶାଲ ଦୁଷ୍କର୍ମ କରିଥିଲେ। ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଜନସନଙ୍କୁ ପକ୍ସ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛି । ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ପିଣ୍ଟୁ ମାଝୀ, ଆରକେ ପାତ୍ର ମାମଲା ପରିଚାଳନା କରୁଥିଲେ।

କୋଟପାଡ଼ ଥାନା ଅଂଚଳରେ ଗତ ୨୦୧୫ମସିହାରେ ଜୈନେକା ନାବାଳିକାଙ୍କୁ ହୋଇଥିବା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଡମୁ ଭତରା ଓରଫ ଡମୁଧରଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ପୋକ୍ସ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ମୁନ୍ନା ସିଂଲାଲ, ମଣି ପ୍ରସାଦ ପଟ୍ଟନାୟକ, ଘନଶ୍ୟାମ ବିଶୋଇ ମାମଲା ପରିଚାଳନା କରୁଥିଲେ।

କୋଟପାଡ଼ ଥାନା ଅଂଚଳରେ ଗତ ୨୦୧୫ମସିହାରେ ଜୈନେକା ନାବାଳିକାଙ୍କୁ ଅପହରଣ କରି ନେଇ ଦୁଷ୍କର୍ମ କରିବା ମାମଲାରେ ବିଚାର କରି ରାୟ ପ୍ରକାଶ କରିଛନ୍ତି ସ୍ବତନ୍ତ୍ର ଜଜ୍ ତଥା ଅତିରିକ୍ତ ସେସନସ୍ ଜଜ୍ ରାଜେଶ ନାୟର। ମାମଲାର ଅଭିଯୁକ୍ତ ଅଜିତ ସାହୁଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ମୁନ୍ନା ସିଂଲାଲ, ପଙ୍କଜପାତ୍ର, ଖଗପତି ନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe