ଗଣଦୁଷ୍କର୍ମ ମାମଲା: ୬ ଜଣଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍

Advertisment
ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ

ଆସିକା : ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ପୀଠ ଜଙ୍ଗଲରେ ୨୦୧୭ ମସିହା ଅକ୍ଟୋବର ୧୬ ତାରିଖରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ସହ ତାଙ୍କ ଭାବିସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା। ସାଢ଼େ ୫ ବର୍ଷ ପରେ ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଅଦାଲତ‌‌ରେ ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ୧୫ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତିକରି ଏଡିଜେ ପ୍ରବୀର କୁମାର ଚୌଧୁରୀ ୬ ଜଣ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଏହାସହ ୧୦ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି। ଜରିମାନା ଅନାଦେୟସ୍ଥଳେ ଅଧିକ ଛଅମାସ ଜେଲ୍‌ଦଣ୍ଡ ଭୋଗିବାକୁ ହେବ ବୋଲି ଚୂଡ଼ାନ୍ତ ରାୟ‌ରେ ଦର୍ଶାଯାଇଛି। ଦୋଷୀମାନେ ‌ହେଲେ, ପାଣ୍ଡବ ସେଠୀ, ଶିଶିର ନାୟକ, ରାଘବ ବିଷୋୟୀ, ଶିବରାମ ନାହାକ, ରାକେଶ ବରାଡ଼ ଓ ଅମୀର କୁମାର ଗୌଡ଼।

ଘଟଣା ଦିନ ଅପରାହ୍ନ ସାଢ଼େ ଗୋଟାଏରେ ଯୁବତୀଜଣକ ତାଙ୍କ ଭାବିସ୍ବାମୀଙ୍କ ସହ ସ୍କୁଟିରେ ବୁଢ଼ାକେନ୍ଦୁ ପୀଠକୁ ବୁଲିବାକୁ ଯାଇଥିଲେ। ଏହିସମୟରେ ଗୋଟିଏ ବାଇକ୍‌ରେ ତିନିଜଣ ଅଭିଯୁକ୍ତ ସେମାନଙ୍କ ପିଛା କରିଥିଲେ। ମନ୍ଦିରରେ ଦର୍ଶନ ସାରି ଫେରୁଥିବା ବେଳେ ୬ ଜଣ ଅଭିଯୁକ୍ତ ପହଞ୍ଚିଥିଲେ। ଯୁବତୀଙ୍କ ଭାବିସ୍ବାମୀଙ୍କ ସାର୍ଟକଲର‌୍‌ ଧରି ଟଣାଓଟରା କରିବା ସହ ମୋବାଇଲ୍‌ ଛଡ଼ାଇ ନେଇଯାଇଥିଲେ। ଏହାପରେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହ ଏହାର ଭିଡ଼ିଓ ଉତ୍ତୋଳନ କରି ସୋସିଆଲ୍ ମିଡ଼ିଆରେ ଭାଇରାଲ୍ କରିଥିଲେ। ଯୁବତୀଙ୍କ ଅଳଙ୍କାର ବି ଲୁଟି ନେଇଥିଲେ। ଏନେଇ ଗାଙ୍ଗପୁର ଥାନାରେ କେସ୍ ନମ୍ବର ୧୫୧/୧୭ ଅନୁସାରେ ମାମଲା ରୁଜୁ ହୋଇଥିଲା। ଆସିକା ଏଡିଜେ କୋର୍ଟରେ (ଜିଆର୍ ୮/୧୭) ମାମଲାର ବିଚାରଣା ଚାଲିଥିଲା। ତଦନ୍ତକାରୀ ଅଧିକାରୀ ଓ ଡାକ୍ତରଙ୍କ ସମେତ ୧୫ ଜଣଙ୍କ ସାକ୍ଷ୍ୟକୁ ଆଧାର କରି ବିଚାରପତି ଉପରୋକ୍ତ ରାୟ ଶୁଶାଇଛନ୍ତି। ସ୍ୱତନ୍ତ୍ର ପିପି ଆଶିଷ ପାଣିଗ୍ରାହୀ ମକଦ୍ଦମା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe